ରାଜଗାଙ୍ଗପୁର , – ରାଜଗାଙ୍ଗପୁର ବନାଞ୍ଚଳ ର ବିଭିନ୍ନ ସ୍ଥାନ ରେ ଆଜି ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଫିସର ଗୁରୁ ଚରଣ ମଣ୍ଡଳଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ମାନ ରାଜଗାଙ୍ଗପୁର ବନାଞ୍ଚଳର ଜାରେଇକେଲା – ବରିହାମ ଗ୍ରାମ, ସୋନାଖାନ ହାଟ, ସୁଖାଟୋଲା ଓ ସାଗଜୋର ଗ୍ରାମରେ ଅନୁଷ୍ଠିତ ହୋଇଥିଲା l
ୱା.ଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧମରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ କଳାକାର ବାପି ପଲାଇ ଓ ରଶ୍ମିତା ବିଷୋୟୀ l
ବିଭିନ୍ନ କାର୍ଯ୍ୟକ୍ରମରେ ଫରେଷ୍ଟର ପ୍ରଦୀପ କୁମାର ସାହୁ, ସୁମନ ରାଇସିଂ, ସାଗଯୋର ର ସରପଞ୍ଚ ଶୁକ୍ରା କୁଜୁର, ଫରେଷ୍ଟ ଗାର୍ଡ ଦୀପକ କୁମାର ମଲ୍ଲିକ, ଜି. ଭୋଇ, ସବନମ ସିଫା ମିଂଜ଼, ମାନସ ରଞ୍ଜନ ସାହୁ, ବିଶ୍ୱଜିତ ସ୍ୱାଇଁ, ଆଶିଷ ସାହୁ, ଜ୍ୟୋତି ରଞ୍ଜନଙ୍କ ସମେତ, ଜରେଇକେଲା ପଂଚାୟତ ହାଇସ୍କୁଲ ଶିକ୍ଷକବୃନ୍ଦ, ଫରେଷ୍ଟ ସ୍କ୍ୱାଡ଼, ଫାୟାର ସ୍କ୍ୱାଡ଼, ଗଜସାଥି ପ୍ରମୁଖ ଉପସ୍ଥିତ ଥିଲେ l ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା l ଜଙ୍ଗଲ ନିଆଁ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ କୁପ୍ରଭାବ ସମ୍ପର୍କ ରେ ସୂଚିତ କରାଯାଇଥିଲା l ବିଶେଷ କରି ମହୁଲ ସଂଗ୍ରହ ପାଇଁ ଶୁଖିଲା ପତ୍ରରେ ନିଆଁ ନଲଗାଇବାକୁ ପରାମର୍ଶ ଦିଆଯାଇଥିଲା l ସାଗଯୋର ଗ୍ରାମର ଚିହ୍ନଟ ହିତାଧିକାରୀଙ୍କୁ ମହୁଲ ସଂଗ୍ରହ ସମୟରେ ଗଛ ଚାରିପଡ଼େ ବିଛାଇବା ପାଇଁ ଆଗ୍ରୋ ନେଟ ବଣ୍ଟନ କରାଯାଇଥିଲା l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ l ବନ ବିଭାଗ ଓ ଜନସାଧାରଣଙ୍କ ମଧରେ ସୁସମ୍ପର୍କ ବଜୟୀ ରଖିବା କ୍ଷେତ୍ରରେ ଲୋକକଳା ଏକ ପ୍ରମୁଖ ମାଧ୍ୟମ ହୋଇଛି l ଜଙ୍ଗଲ ସୁରକ୍ଷା ଓ ବନାଗ୍ନୀ ନିବାରଣ ପାଇଁ ଅଞ୍ଚଳବାସୀ ସମ୍ମତି ଜଣାଇଥିଲେ l
Sign in
Sign in
Recover your password.
A password will be e-mailed to you.