ବେଲଗୁଣ୍ଠା,୩୧/୦୩-(ଶିବରାମ ଚୌଧୁରୀ )-,ଢୋଲ,ମହୁରୀରେ ପ୍ରକମ୍ପିତ ହେବ ଧରା I ପଣା, ଝୁଣା ମହକରେ ମହକି ଯିବ ପରିବେଶ I ବର୍ତ୍ତମାନ ଗଞ୍ଜାମ ଜିଲ୍ଳା ଚଳଚଞ୍ଚଳ I ସମସ୍ତେ ରୁଦ୍ର କାଳୀଙ୍କ ଆରାଧନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ Iପାଖେଇ ଆସୁଛି ଗଞ୍ଜାମର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡ ଯାତ୍ରା I ଆସନ୍ତା ପଚିଶି ତାରିଖରୁ ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ଆରମ୍ଭ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ସତେଇଶି ତାରିଖରୁ ଏବଂ ଅବଶିଷ୍ଟ ଅପ୍ରେଲ୍ ଏକ ତାରିଖ ରେ ଆରମ୍ଭ ହେବ ଦଣ୍ଡ ଯାତ୍ରା I ଏନେଇ ବିଭିନ୍ନ ଗ୍ରାମରେ ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରସ୍ତୁତି ପାଇଁ ଗାଆଁର ବିଦ୍ୟାଳୟ କୋଠା, ମନ୍ଦିର, କୋଠ ଘର ପାଲଟିଛି ଆଖଡ଼ା ଶାଳ I ବିଭିନ୍ନ ଗ୍ରାମ ତରଫରୁ ସାମାଜିକ ଏବଂ ପୌରାଣିକ ନାଟକ ପରିବେଷଣ ପାଇଁ ଜୋରଦାର୍ ଅଭ୍ୟାସ ଶେଷ ପଯ୍ୟାୟ ରେ I ସୂଚନା ପ୍ରକାରେ ବ୍ଳକ୍ ର ଇନ୍ଦନପୁର ତରଫରୁ ପୌରାଣିକ ନାଟକ ମହାଭାରତ ଏବଂ ସିଂହମର୍ଦ୍ଦନ ତରଫରୁ ରାମାୟଣ ନାଟକ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ପାଲକଷଣ୍ଢା ତରଫରୁ ସାମାଜିକ ନାଟକ ଗୁହାରୀ ଶୁଣ ଦୀନବନ୍ଧୁ, ଦହିମୁଣ୍ଡଳୀ ତରଫରୁ ତୁ ମୋ ବଜରଙ୍ଗୀ, ଜାଲଖାଇ ତରଫରୁ କାନ୍ଦେନା ଲୁହ ସରିଯିବ, ତନରଡା ତରଫରୁ କଟି କଟି ଡବଲ୍ କଟି , ଘୂ ନୂଆଁ ଗାଁ ତରଫରୁ କଳଙ୍କ ମୋ ପାଇଁ ଚନ୍ଦନ ଟୋପା,ହାଟ ଆମ୍ବପୁଆ ତରଫରୁ ଲୁହ ବିନା ଏଠି କାହାଣୀ ଅଧା ,ଜିଲିବା ତରଫରୁ କାଇଁଚ ମାଳି ଏବଂ କୋକଲୁଣ୍ଡା ତରଫରୁ କଟି କଟି ଡବଲ୍ କଟି ସାମାଜିକ ନାଟକ ପାଇଁ ପ୍ରସ୍ତୁତି ଚାଲିଛି I ସେହିପରି ବ୍ଳକ୍ ର ଗୋବରା, ଡ଼େଙ୍ଗାପଦର, ବାଲିଭାଗ, ବେଲଗୁଣ୍ଠା-୧,ବେଲଗୁଣ୍ଠା-୨, ବାଣତୁମ୍ବ ଆଦି ଗ୍ରାମ ତରଫରୁ ଭାରତଲୀଳା ଏବଂ ବଡ଼ ବୋର୍ସିଂ ତରଫରୁ ପୌରାଣିକ ନାଟକ ନର୍କ କୁଣ୍ଡେ ନାରାୟଣ ପରିବେଷଣ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I ଏନେଇ ଅଞ୍ଚଳର ଦଣ୍ଡ ଯାତ୍ରା କମିଟି ଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ବେଳେ ଅଶ୍ଳୀଳତା ବିହୀନ ଶୃଙ୍ଖଳିତ ନାଟକ ପରିବେଷଣ ପାଇଁ ପୋଲିସ୍ ପ୍ରଶାସନିକ ପକ୍ଷରୁ କମିଟି ଗୁଡ଼ିକୁ ପରାମର୍ଶ ଦିଆଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post