ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପାରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ର ପଶ୍ଚିମାଞ୍ଚଳ ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ନାୟକ ଯୋଗ ଦେଇଥିଲେ।ବୈଠକ ରେ ବାର୍ଷିକ କାର୍ଯ୍ୟ ବିବରଣୀ ପାଠ କରାଯାଇଥିଲା। ବିଶେଷ କରି ଧର୍ମରକ୍ଷା ନିମନ୍ତେ ନିଧି ସଂଗ୍ରହ, ସମରସତ୍ତା ଅଭିଯାନ,, ପାଳନ ଅଧିକାରୀଙ୍କୁ ଖଣ୍ଡ ବୈଠକ କରିବା ନେଇ ଆଲୋଚନା ହୋଇଥିଲା। ଆଗାମୀ ଏପ୍ରିଲ ୧୧ ଓ ୧୨ ତାରିଖ ୨ ଦିନ ଧରି ଡାବୁଗାଁ ରେ ଜିଲ୍ଲା ସ୍ତରୀୟ ପରିଚୟ ବର୍ଗ ବୈଠକ ନେଇ ଆଲୋଚନା ହୋଇଥିଲା। ମଇ ୭ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ବାହିନୀ ପ୍ରଶିକ୍ଷଣ ବର୍ଗ ବୈଠକ ରେ ପ୍ରତିନିଧିତ୍ଵ କରିବାକୁ ଦୁର୍ଗା ବାହିନୀ ଙ୍କୁ ବାର୍ତ୍ତା ଦିଆ ଯାଇଥିଲା। ଏହି ବା8ଠକ୍ ରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ଉପ ସଭାପତି ପ୍ରଭାତୀ ଦେବନାଥ,, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ଡାବୁଗାଁ ଖଣ୍ଡ ପାଳକ ଅଧିକାରୀ ଭଗବାନ ମହାନ୍ତି,, ଜିଲ୍ଲା କାର୍ଯ୍ୟକର୍ତ୍ତା ସୁବାଷ ବିଶୋଇ ଓ ସରୋଜ ଅଗସ୍ତି ସହ ଡାବୁଗାଁ ପ୍ରଖଣ୍ଡ ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.