ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ ଗ୍ରାମର ସରୋଜ ସାହୁ ଓ ରୀନା ସାହୁଙ୍କ ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ପାଇଁ ଚୟନ ହୋଇ ଅଞ୍ଚଳର ଗର୍ବ ବଢ଼ାଇଛନ୍ତି। ତାଙ୍କ ଏହି ସଫଳତା ପଶ୍ଚିମ ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଥିବା ସହ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ସୃଷ୍ଟି କରିଛି।ପବିତ୍ର ପୀଠ ନୃସିଂହନାଥ ମନ୍ଦିର ପରିସରରେ ସହିଦ ମାଧୋସିଂ ଭୂତପୂର୍ବ ସୈନିକ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକ ଅବସରରେ ତ୍ରିସ୍ନାଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଂଘ ପକ୍ଷରୁ ତାଙ୍କୁ ପୁଷ୍ପାଗୁଚ୍ଛ ଓ ଉପଢ଼ୌକଣ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଏହି ବୈଠକରେ ତାଳପଦର ଗ୍ରାମର ଅନରାରୀ କ୍ୟାପଟେନ ନବୀନ ପଧାନ କହିଥିଲେ ଯେ, “ତ୍ରିସ୍ନାଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ। ଏପରି ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ସମାଜର ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ।” ସେ ଆହୁରି କହିଥିଲେ ଯେ ଦେଶର ଗୌରବ ବଢ଼ାଇବା ପାଇଁ ଯୁବମାନେ ଖେଳ ଓ ଶିକ୍ଷା କ୍ଷେତ୍ରରେ ଆଗକୁ ଆସିବା ଉଚିତ।ବୈଠକରେ ଉପସ୍ଥିତ ଭୂତପୂର୍ବ ସୈନିକମାନେ ମଧ୍ୟ ତ୍ରିସ୍ନାଙ୍କ ସଫଳତାକୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କୁ ଆଗାମୀ ଦିନରେ ଆହୁରି ସଫଳତା ଅର୍ଜନ କରିବାକୁ ଶୁଭକାମନା ଜଣାଇଥିଲେ।ସେମାନେ କହିଥିଲେ ଯେ ଏପରି ସଫଳତା ଅଞ୍ଚଳର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଜାଗର କରେ।ତ୍ରିସ୍ନାଙ୍କ ବାପା କହିଛନ୍ତି ସେ ଏପ୍ରିଲ ୧୩ ତାରିଖରେ ଚେନ୍ନାଇକୁ ପ୍ରସ୍ଥାନ କରିବେ ଏବଂ ସେଠାରେ ୧୦ ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ। ପରେ ଏପ୍ରିଲ ୨୩ ତାରିଖରେ ସେ ଶ୍ରୀଲଙ୍କା ପ୍ରସ୍ଥାନ କରିବେ। ଏପ୍ରିଲ ୨୪ ରୁ ୨୮ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ପାଞ୍ଚଦିନିଆ ମ୍ୟାଚ୍ ଆୟୋଜିତ ହେବାକୁ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Prev Post
ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Next Post