ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ନବଦିନାଙ୍କ ଶ୍ରୀରାମ ନବମୀ ଯାତ୍ରା ପାଇଁ ଉତ୍ସବ ମୁଖର ରହିଥିବା ବେଳେ ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ଋଷିମୁନିଙ୍କ ଯାଗ ରକ୍ଷା ନିମିତ୍ତ ବିଶ୍ଵାମିତ୍ର ଋଷିଙ୍କ ସଙ୍ଗରେ ବନାଗମନ କାଳରେ ନବଦୃବାଦଳ ଶ୍ୟାମଳ କୋମଳ ବନବାସୀ ପ୍ରଭୁ ଶ୍ରୀରାମଙ୍କ ତାଡକାବଦ୍ଧ ବେଶ ଦର୍ଶନ କରିବାର ସୈାଭାଗ୍ୟ ଲଭିଥିଲେ ଶ୍ରଦ୍ଧାଳୁ । ସ୍ବର୍ଣ୍ଣକଳଶ କ୍ଷେତ୍ର ଭାବେ ପରିଚିତ ଲାଭ କରିଥିବା ଓଡ଼ଗାଁ ମାର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମୁନି ଋଷିମାନଙ୍କ ଯଜ୍ଞାଦି କର୍ମକୁ ସୁରକ୍ଷା ପ୍ରଦାନ ପାଇଁ ଆଗେଇ ଆସିଥିବା ବେଳେ ବହୁ ରାକ୍ଷସ ମାନଙ୍କୁ ସାମ୍ନା କରିବାକୁ ପଡ଼ିଥିଲା । ରାକ୍ଷସ ମାନଙ୍କ ଅତ୍ୟାଚାର ଓ ଦମନ ଲୀଳାରେ ଅତିଷ୍ଠ ହୋଇ ଋଷି ବିଶ୍ୱାମିତ୍ରଙ୍କ ଅନୁରୋଧକ୍ରମେ ରାଜା ଦଶରଥ ବେନୀ ଧନୁର୍ଧର ପୁତ୍ରଙ୍କୁ ଋଷିଙ୍କ ସହିତ ବନକୁ ପଠାଥିଲେ । ଏପରି ସମୟରେ ପ୍ରଭୁ ଶ୍ରୀରାମ ମାୟାବିନୀ ତାଡକାକୁ ତୀର ନିକ୍ଷେପ କରୁଥିବାର ଦୃଶ୍ୟ ରତ୍ନସିଂହାସନ ଉପରୁ ଭକ୍ତଙ୍କୁ ଦୃଶ୍ୟମାନ ହୋଇଥିଲା । ପ୍ରଭୁ ଅସୂୟା ଶକ୍ତିଙ୍କୁ ସଂହାର କରି ସତ୍ୟର ମର୍ଯ୍ୟାଦା ରକ୍ଷାକରି ସମାଜକୁ ପ୍ରେରଣା ପ୍ରଦାନ କରିଥିଲେ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଭୋର ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବେଶ ଦର୍ଶନ ଲାଭ କରୁଥିବା ବେଳେ ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରୁଥିବା ଦେଖାଯାଇଥିଲା । ଶ୍ରୀଜୀଉଙ୍କ ଦୈନକ ସନ୍ଧ୍ୟାବେଶ ନିମନ୍ତେ ପୂଜକ ଓ ସେବକ ପରିଷଦର ସଦସ୍ୟ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପାଳିଆ ପଣ୍ଡାଙ୍କ ସହିତ ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ଆଇଆଇସି ଅଭୟ ବେହେରାଙ୍କ ତତ୍ବାବଧାନରେ ପୋଲିସ ପ୍ରଶାସନ ଓ ଶାନ୍ତିକମିଟି ସହଯୋଗରେ ସମସ୍ତ ନୀତି କାର୍ଯ୍ୟ ଶୃଙ୍ଖଳିତ ଭାବେ ସମାପିତ ହୋଇଥିଲା ଆସନ୍ତାକାଲି ସନ୍ଧ୍ୟାରେ ଅହଲ୍ୟା ଉଦ୍ଧାର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
Sign in
Sign in
Recover your password.
A password will be e-mailed to you.
Prev Post