ଶ୍ରୀରାମଙ୍କ ଜନ୍ମ ଉତ୍ସବରେ ବଜରଙ୍ଗ ଦଳର ପତାକା ଶୋଭାଯାତ୍ରା

0 1

ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଗୁପ୍ତ ଅଯୋଧ୍ୟା ଓଡ଼ଗାଁ

ଓଡ଼ଗାଁ ୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ଶ୍ରୀରଘୁନାଥ ଜୀଉଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ଓଡ଼ଗାଁ ବଜରଙ୍ଗ ଦଳ ତରଫରୁ ସକାଳ ବେଳା ୪ ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିବା ବେଳେ ସନ୍ଧ୍ୟାରେ ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଶହ ଶହ ସଂଖ୍ୟାରେ ଯୁବକ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ପତାକା ହାତରେ ଧରି ଓଡ଼ଗାଁ ଦଲକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜୟ ଶ୍ରୀରାମ ଧ୍ବନି ଦେଇ ଓଡ଼ଗାଁ ନଗର ପରିକ୍ରମା କରି ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ଶୋଭାଯାତ୍ରା ବେଳେ ଓଡ଼ଗାଁ ଯେପରି ତ୍ରେତୟା ଯୁଗର ଅଯୋଧ୍ୟାପୁରି ଭଳି ପ୍ରତୀୟମାନ ହୋଇଥିଲା। ସନ୍ତୋଷ ପ୍ରଧାନ, ସଂଗ୍ରାମ ସାହୁ ଏବଂ ମାନସ ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.