ମଣ୍ଡିରେ ଧାନ ଦେବା ପାଇଁ ବାଧକ ସାଜିଛି ଲିଗାଲହେୟାର ସାର୍ଟିଫିକେଟ

0 1

 ବାଲିଆପାଳ :  ବାଲିଆପାଳ ବ୍ଲକ ଅଧିନରେ ୨୮ ପଞ୍ଚାୟତରେ ଥିବା ୧୬ଟି ସେବା ସମବାୟ ସମିତି ମଧ୍ୟରୁ ପ୍ରତାପପୁର ସମବାୟ ସମିତି ଅନ୍ୟତମ।ବିଗତ ସରକାର ପ୍ରତି ପଂଚାୟତ ରେ ନୂତନ ସେବା ସମବାୟ ସମିତି ଖୋଲିବା ନିର୍ଦେଶ ଦେଇଥିଲେ। ମାତ୍ର ଅନ୍ୟ ବ୍ଲକ ରେ ନୂତନ ସମିତି ଖୋଲି ଗଲା ମାତ୍ର ବାଲିଆପାଳ ବାସୀ ବଂଚିତ ରହିବା ପରେ ପ୍ରତାପପୁର , ଅଁଳାଡିହା, ବେତଗଡିଆ,ଜଗତିପୁର,ବଡାଶ ଏହି ପାଞ୍ଚଟି ପଞ୍ଚାୟତର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଚାଷୀ ରହିଥିବା ବେଳେ ଚଳିତ ବର୍ଷ ଖରିଫ ଧାନ ପାଇଁ ୧୭୬୦ ଜଣ ଚାଷୀଙ୍କର ପଞ୍ଚିକୃତ ହୋଇଛି। ଅନ୍ୟ ହିତାଧିକାରୀ ନିଜ ନାମ ରେ ଜମି ନଥିବା ରୁ  ପଞ୍ଚିକୃତରୁ ବାଦ ପଡିଲେ, ପିତା, ଜେଜେ ବାପ ଙ୍କ ନାମିତ ଥିଲେମଧ୍ୟ ପଞ୍ଜିକରଣ ରୁ ବାଦ ପଡିଥିବା କହିଛନ୍ତି । ୨୦୨୫ ରେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ନିଜ ନାମରେ ଥିବା ଜମି ପଟ୍ଟା ମାଧ୍ୟମରେ ମଣ୍ଡିରେ ଧାନ ବିକ୍ରୀ ପାଇଁ ପଞ୍ଚିକୃତ କରିପାରିବା ସହିତ ସହମତି ପତ୍ର ମାଧ୍ୟମରେ ଧାନ ଖାତା ଖୋଲାଯାଇ ପାରିବ ମାତ୍ର ବହୁ ହିତାଧିକାରୀ ତହସିଲ କାର୍ଯ୍ୟାଳୟରୁ ନିରାଶ ହେବା,ପାରିବାରିକ ସମସ୍ୟା , ପରିବାରର ଅନ୍ୟ ସଦସ୍ୟମାନେ ବାହାରେ ରହୁଥିବାରୁ  ଲିଗାଲିହାର ସାର୍ଟିଫିକେଟ ଏଯାବତ ୮୦ ପ୍ରତିଶତ ହୋଇପାରିନାହିଁ। ଯଦିଓ ରାଜସ୍ବ ବିଭାଗ ପକ୍ଷରୁ ବାପାଙ୍କ ନାମରେ ଥିବା ସମ୍ପତିରୁ  ସମସ୍ତ ଅଂଶିଦାରଙ୍କ ନାମରେ ନାମିତ କରାଯାଉଛି ତାହା ବାଲିଆପାଳ ବ୍ଲକ ରେ ୨୦/୩୦ ପ୍ରତିଶତ ଲୋକଙ୍କ ହୋଇଛି ଏବଂ ଅନ୍ୟ ମାନଙ୍କ ପ୍ରକ୍ରିୟା ଜାରି ରହିଛି ବୋଲି ତହସିଲଦାର ଜ୍ୟୋତ୍ସ୍ନା ରାଣୀ ନାୟକ କହିଛନ୍ତି। ମାତ୍ର ଏଠାରେ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହୋଇଥିବା ଚାଷୀ ମାନେ ବାଧ୍ୟ ହୋଇ କମ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏନେଇ ସୋମବାର କିଛି ଜଣ ଚାଷୀ ଏକତ୍ରିତ ହୋଇ ପ୍ରତାପପୁର ସମବାୟ ସମିତିରେ  ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ। ବାଦ ପଡିଥିବା  ଟୋକନ ପାଇନଥିବା ଚାଷୀ ମଣ୍ଡି ରେ ଧାନ ଦେବାର ସରଳୀକରଣ କରାଇବା ପାଇଁ ସରକାରଙ୍କୁ ଦେବେନ୍ଦ୍ର ରାଉତ, ବିଜୟ କୁମାର ସାହୁ, ଶାନ୍ତନୁ ମହାପାତ୍ର,ସାନୁଜ ପାତ୍ର, ଅଜୟ କୁମାର ମହାପାତ୍ର, ରାଜେନ୍ଦ୍ର ବାରିକ,ଅଜିତ କୁମାର ପାତ୍ର,ଗୋପାଳ କୃଷ୍ଣ ପାଣିଗ୍ରାହୀ, ପରମେଶ୍ବର ସାମନ୍ତରାୟ ପ୍ରମୁଖ ଦାବି କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ସି ଏସ ଓ ନରସିଂହ ପଣ୍ଡା  କହିଛନ୍ତି ସରକାର ଙ୍କ ନିୟମ ଅନୁଯାଇ ଚାଷୀ ମାନେ ମଣ୍ଡିରେ ପଞ୍ଚିକୃତ କରିପାରିବେ ତାହା ସମସ୍ତ ସମବାୟ ସମିତି ର ସେକ୍ରେଟାରୀ ମାନଙ୍କ ଟ୍ରେନିଂ ପ୍ରଦାନ କରାଯାଇଛି ଏବଂ ଲିଗାଲ ହିୟାର ବାଧ୍ୟତା ମୂଳକ, ସରଳୀ କରଣ ପାଇଁ ସରକାର ଙ୍କୁ ଜଣାଇବେ । ପଞ୍ଜିକରଣ ସମୟ ସୀମା ବୃଦ୍ଧି ସହ ଘୋଷଣା ନାମା କୁ  ଗ୍ରହଣ କରାଯାଉ,ମଣ୍ଡିରେ ଧାନ ଦେବାର ବ୍ୟବସ୍ଥା ଅଳ୍ପ ଦିନ ରହିଥିବାରୁ ସରକାର ତୁରନ୍ତ ପଦକ୍ଷେପ ନନେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ  ଦେଇଛନ୍ତି।

Leave A Reply

Your email address will not be published.