ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି ।
ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବିଜୟ କ୍ଲବ ପରିସରରେ ମଞ୍ଚ କଳାକାର ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ତରଙ୍ଗ ରଙ୍ଗ ଅନୁଷ୍ଠାନ ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟ ର ଭାରପ୍ରାପ୍ତ ପବ୍ଲିକ ପ୍ରସିକୁଟର ରାଜେଶ ମିଶ୍ର , ସମ୍ମାନିତ ଅତିଥି ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର ମଞ୍ଚାସିନ ଥିଲେ। ମଞ୍ଚାସୀନ ଅତିଥି ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶା କୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି, ରଘୁନାଥ ପରିଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକ ରେ ଲେଖା ହୋଇଛି ତେଣୁ ପାରଳାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମତ ଉପସ୍ଥାପନା କରିଥିଲେ। କ୍ରମାଗତ ଭାବେ ପାରଳା ର ନାଟ୍ୟ ପରମ୍ପରା କୁ କଳାକାର ମାନେ ବଜାୟ ରଖି ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ବର ରେ ନାଟକ ପ୍ରଦର୍ଶନ କରୁଥିବାରୁ ଅତିଥି ମାନେ କଳାକାର ମାନଙ୍କୁ ସାଧୁବାଦ ଜଣାଇ ଆଗମୀ ଦିନରେ ଜାତୀୟ ସ୍ତର ରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଥିଲେ।
ଦ୍ଵୀତୀୟ ପର୍ଯ୍ୟାୟ ରେ ମଞ୍ଚ କଳାକାର ମାନଙ୍କ ମଧ୍ୟରେ ” ସାମାଜିକ ଗଣମାଧ୍ୟମରେ ଆଗମୀ ଦିନରେ ଓଡିଆ ନାଟକ ସ୍ଥିତି “ବିଷୟ କୁ ନେଇ ଏକ ସୁନ୍ଦର ଆଲୋଚନା ହୋଇଥିଲା। ଏଥିରେ ବିଶିଷ୍ଟ ନାଟ୍ୟକର୍ମୀ ମନୋଜ ପାଢ଼ୀ , ଏମ.ପୃଥିବୀ ରାଜ ପ୍ରମୁଖ ନିଜ ମତ ଉପସ୍ଥାପନା କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ଚଳିତ ବର୍ଷର ବିଶ୍ବ ନାଟ୍ୟ ବାର୍ତ୍ତା ପାଠ ସହ ସ୍ବାଗତ ଭାଷଣ ଧନ୍ୟବାଦ୍ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ , ହରିହର ପଟ୍ଟନାୟକ , ମାତଙ୍ଗିନୀ ଗୁରୁ , କବିତା ପାଢ଼ୀ , ସୁଜିତ୍ ପାଣିଗ୍ରାହୀ , ଅମୂଲ୍ୟ ପାଣିଗ୍ରାହୀ , ସତ୍ୟ ପଢିଆରି ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.