କଟକରେ ଗ୍ରାମୀଣ ଜଳର ସ୍ଥାୟୀତ୍ୱକୁ ପ୍ରୋତ୍ସାହନ ଦେଉଛି ଡାଲମିଆ ଭାରତ ଫାଉଣ୍ଡେସନ୍

0

କଟକ, ୨୭ ମାର୍ଚ୍ଚ ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ଜଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ର ସିଏସ୍‌ଆର୍‌ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ୍ (ଡିବିଏଫ୍) କଟକର କାନପୁର ଗ୍ରାମରେ ବାଉତିଝର ପୋଖରୀର ଉଦ୍ଘାଟନ କରିଛି। ପଞ୍ଚାୟତ ସମିତି ସଭ୍ୟ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ଗ୍ରାମ୍ୟ ନେତାଙ୍କ ଉପସ୍ଥିତିରେ ଡିସିବିଏଲ୍ କେସିଡବ୍ଲ୍ୟୁର ୟୁନିଟ୍ ହେଡ୍ ଶ୍ରୀ ଦେବୀ ପ୍ରସାଦ ଦାସ ଏବଂ ଗରୁଡ଼ଗାଁ ସରପଞ୍ଚ ସୁଶ୍ରୀ ଦୀପ୍ତିମୟୀ ବେହେରାଙ୍କ ଦ୍ୱାରା ଏହି ପୋଖରୀଟି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା। ବାଉତିଝର ପୋଖରୀର ଜଳ ଧାରଣ କ୍ଷମତା ପାଖାପାଖି ୯୦୦ ଘନ ମିଟର ରହିଛି। ଏହି ବ୍ୟାପକ କ୍ଷମତା ସ୍ଥାନୀୟ ଜଳ ଆବଶ୍ୟକତା ପୂରଣ କରିବା, ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେବା ଏବଂ ଗ୍ରାମରେ ସାମଗ୍ରିକ ଜଳ ସୁରକ୍ଷାକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
ଏହାସହିତ, ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ଏକାଧିକ ଗ୍ରାମରେ ପୋଖରୀ ପୁନରୁଦ୍ଧାର ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ କୁସୁପଡ଼ା ଗ୍ରାମର ଅଳଖରା ପୋଖରୀ (୧୮୦ ହିତାଧିକାରୀ), କାନପୁର ଗ୍ରାମର ବାଉତିଝର ପୋଖରୀ, ଅମିୟାଝରୀ ଗ୍ରାମର ଭାଲୁଖାଇ ପୋଖରୀ, କହ୍ନେଇପୁରର ଧନୁସାହୁଠେଙ୍ଗା ପୋଖରୀ, ବୈରୀ ଗ୍ରାମର କଇଁଥିଗାଡ଼ିଆ ପୋଖରୀ ଏବଂ ଅମିୟାଝରୀ ଗ୍ରାମର ନୂଆଖାଇ ପୋଖରୀ ସାମିଲ ରହିଛି। ସାମୂହିକ ଭାବେ ଏହି ଛଅଟି ଗଠନ ପ୍ରାୟ ୫,୪୦୦ ଘନମିଟର ଜଳଧାରଣ କ୍ଷମତା ସୃଷ୍ଟି କରୁଥିବା ବେଳେ, ସାମଗ୍ରିକ ଭାବେ ପ୍ରାୟ ୧୦୦୦ ଜଣ ହିତାଧିକାରୀ ଉପକୃତ ହେବେ।
ଏହି ବ୍ୟାପକ କ୍ଷମତା ସ୍ଥାନୀୟ ଜଳ ଆବଶ୍ୟକତା ପୂରଣ କରିବା, ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେବା ଏବଂ ଗ୍ରାମରେ ସାମଗ୍ରିକ ଜଳ ସୁରକ୍ଷାକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
ଏହି ପଦକ୍ଷେପ ସମ୍ପର୍କରେ ଡିସିବିଏଲ୍ କେସିଡବ୍ଲ୍ୟୁର ୟୁନିଟ୍ ହେଡ୍ ଶ୍ରୀ ଦେବୀ ପ୍ରସାଦ ଦାସ କହିଛନ୍ତି ଯେ, “ଦାୟିତ୍ୱବାନ ଜଳ ପରିଚାଳନା ଏବଂ ସ୍ଥାୟୀ ସାମୁଦାୟିକ ବିକାଶ ପ୍ରତି ଡାଲମିଆ ଭାରତ ଏହାର ପ୍ରତିବଦ୍ଧତା ଉପରେ ଅଟଳ ରହିଛି। ଏହି ପଦକ୍ଷେପ ଜଳ ସୁରକ୍ଷାକୁ ବଢ଼ାଇବ, ସ୍ଥାନୀୟ ଜୀବିକାକୁ ସହାୟତା କରିବ ଏବଂ ଦୀର୍ଘମିଆଦୀ ପରିବେଶ ସ୍ଥାୟୀତ୍ୱ କ୍ଷେତ୍ରରେ ଯୋଗଦାନ ଦେବ। ଆମେ ସମାଜ ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରୁଥିବା ଏଭଳି ପ୍ରଭାବଶାଳୀ ପଦକ୍ଷେପଗୁଢ଼ିକୁ ଆଗକୁ ବଢ଼ାଇବା ଜାରି ରଖିବୁ।”
ଡାଲମିଆ ଭାରତ ଫାଉଣ୍ଡେସନ ଜଳ ସଂରକ୍ଷଣ, ଜୀବିକା ନିର୍ବାହର ଉନ୍ନତି ଏବଂ ସମ୍ପ୍ରଦାୟର ବିକାଶ ଦିଗରେ ନିରନ୍ତର ଭାବେ ପ୍ରଭାବଶାଳୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରୁଛି। ସମାଜକୁ ଦୀର୍ଘକାଳୀନ ଫାଇଦା ପ୍ରଦାନ କରୁଥିବା ବ୍ୟାପକ ତଥା ସ୍ଥାୟୀ ସମାଧାନ ସୃଷ୍ଟି କରିବା ଉପରେ ଫାଉଣ୍ଡେସନ୍ ନିଜର ଧ୍ୟାନ କେନ୍ଦ୍ରୀଭୂତ ରଖିଛି।

 

Leave A Reply

Your email address will not be published.