ବରଗଡ଼: “ସ୍ୱାସ୍ଥ୍ୟ ହି ସମ୍ପଦ” ବାର୍ତ୍ତାକୁ ଆଗକୁ ନେଇ ଯୁବ ସମାଜକୁ ନିଶା ଦ୍ରବ୍ୟରୁ ଦୂରେଇ ରଖିବା ପାଇଁ ବରଗଡ଼ରେ ବଡି ବିଲ୍ଡିଂ ଏସୋସିଏସନ, ମହାପାତ୍ର ଟ୍ରାଭେଲ୍ସ ଓ ପାଓର ପ୍ଲାଣ୍ଟ ଜିମ ପକ୍ଷରୁ ମିଷ୍ଟର ଓଡ଼ିଶା 2026 କାର୍ଯ୍ୟକ୍ରମଟି ଅଭିନବ ଢଙ୍ଗରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଯୁବ ଓ ମହିଳାମାନଙ୍କ ମଧ୍ୟରେ ସଚେତନତାର ନୂଆ ବାର୍ତ୍ତା ପହଞ୍ଚିଥିଲା।ବରଗଡ଼ ସହରର ଯଦୁମଣି ପ୍ରଧାନ ଅଡିଟୋରିୟମରେ ଆୟୋଜିତ ଏହି ଦୁଇ ଦିନିଆ ବଡି ବିଲ୍ଡିଂ ଚାମ୍ପିୟନସିପରେ ରାଜ୍ୟର ୧୬ଟି ଜିଲ୍ଲାରୁ ୧୪୦ ଜଣ ପୁରୁଷ ଓ ୧୦ ଜଣ ମହିଳା ୧୪ଟି ବିଭାଗରେ ଭାଗ ନେଇଥିଲେ।ପ୍ରତିଯୋଗିତାର ଶେଷରେ ଭୁବନେଶ୍ୱରର ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା ୨୦୨୬ ଭାବେ ବିଜେତା ହୋଇଥିବା ବେଳେ ରଶ୍ମିରଞ୍ଜନ ସାହୁ ରନର୍ସ-ଅପ୍ ହୋଇଥିଲେ। ସେହିପରି ମହିଳା ବିଭାଗରେ ଅନୀତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଏହି କାର୍ଯ୍ୟକ୍ରମକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ଉଦଯାପନୀ ଅବସରରେ ବିଜେତା ଓ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ଆର୍ଥିକ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟ ଥିଲେ ମାତ୍ରେ ସମାଜ ଓ ଦେଶ ଶକ୍ତିଶାଳୀ ହୋଇପାରିବ। ସେ ଯୁବମାନଙ୍କୁ ନିଶା ଦ୍ରବ୍ୟରୁ ଦୂରେଇ ରହି ଖେଳକୁ ଜୀବନର ଅଂଶ କରିବାକୁ ଆହ୍ୱାନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଯୁବ ପ୍ରତିଭାକୁ ମଞ୍ଚ ଦେଇଥିବା ସହ ସମାଜକୁ ସକାରାତ୍ମକ ବାର୍ତ୍ତା ଦେଇଥାଏ ବୋଲି ସେ କହିଥିଲେ।ଏହି ଅବସରରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଚାମ୍ପିୟନ ହୋଇଥିବା ପ୍ରତିଯୋଗୀମାନେ ଆସନ୍ତା ଏପ୍ରିଲ ମାସରେ ମଧ୍ୟପ୍ରଦେଶରେ ଆୟୋଜିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବେ।କାର୍ଯ୍ୟକ୍ରମର ଆବାହକ ସରୋଜ ମହାପାତ୍ର ଓ ସହଯୋଗୀମାନଙ୍କର ଅକ୍ଳାନ୍ତ ପରିଶ୍ରମରେ ଏହି ଆୟୋଜନ ସଫଳ ହୋଇଥିଲା।ବରଗଡ଼ ପୂର୍ବରୁ ଧନୁଯାତ୍ରା ପରି ବିଶ୍ୱପ୍ରସିଦ୍ଧ ଉତ୍ସବ, କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ପରିଚିତ। ଏବେ ମିଷ୍ଟର ଓଡ଼ିଶା ୨୦୨୬ ପରି ଆୟୋଜନ ଏହାକୁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନୂତନ ପରିଚୟ ଦେଇଛି।ପ୍ରତିଯୋଗୀମାନଙ୍କ କହିବା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭବ ହେବ ଓ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହିବ
Sign in
Sign in
Recover your password.
A password will be e-mailed to you.
Prev Post