ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଦୁଇ ସାମ୍ବାଦିକ

0 2

ବେଲଗୁଣ୍ଠା, ୨୦/୦୩-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ତଳେ ବିଶିଷ୍ଠ ଶିକ୍ଷାବିତ୍ ତଥା ବେଲଗୁଣ୍ଠା ମିଡ଼ିଆ କ୍ଲବ ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଏକ ମୋଟରସାଇକେଲ୍ ଦୁର୍ଘଟଣାର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ I ଏହି ଖବର ଜାଣିବା ପରେ ଆଜି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ତଥା ଏସ ୟୁ ଯେ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ତ୍ରୀପାଠି ଶ୍ରୀ ମିଶ୍ରଙ୍କ ଭଞ୍ଜନଗର ଘରକୁ ଯାଇ ତାଙ୍କର ଆଶୁ ଆରୋଗ୍ଯ କାମନା କରିବା ସହିତ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ I ଶ୍ରୀ ମିଶ୍ର ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିବାରୁ ତାଙ୍କର ଗୋଡ଼ ଏବଂ ପିଚାରେ ଗଭୀର ଆଘାତ ଲାଗିଥିଲା I ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଶୀଘ୍ର ସେ ଆରୋଗ୍ଯ ଲାଭ କରିବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା I

Leave A Reply

Your email address will not be published.