ଗୋରଖପଲ୍ଲୀ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶିମିଳିବାଞ୍ଛା ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଏମଭି ୭୯ ଥାନା ଅଧିକାରୀଣୀ ପୂର୍ଣିମା ଟେଟେଙ୍କ ନେତୃତ୍ବରେ ଏସଆଇ ଚନ୍ଦନ କୁମାର ବେହେରାଙ୍କ ଅଧକ୍ଷତାରେ ଗୋରଖପଲ୍ଲୀ ଗ୍ରାମ ଠାରେ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ସ୍ଥାନୀୟ ଲୋକଙ୍କୁ ଘରୋଇ ହିଂସା, ମାଦକ ଦ୍ରବ୍ଯ ସେବନ ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଆଇନ ସେବା ପ୍ରାଧୀକରଣ ବାବଦରେ ବୁଝାଯିବା ସହ ଗ୍ରାମାଞ୍ଚଳରେ ଖାପ୍ ପଞ୍ଚାୟତରେ ଅପରାଧିକ ମାମଲାକୁ ନେଇ ବୈଠକ ନକରିବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଡିଏସପି ଓ ବିଏସ୍ଏଫ୍ କମାଣ୍ଡାଣ୍ଟ ନକ୍ସଲ ଦମନରେ ସ୍ଥାନୀୟ ଲୋକଙ୍କ ଭୂମିକା ସାରା ରାଜ୍ଯ ପାଇଁ ଉଦାହରଣ ପାଲଟି ଥିବା କହିଥିବା ବେଳେ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟରେ ଭାଇଚାରା ବଜାଇ ରଖିବାକୁ ନିବେଦନ କରିଥିଲେ। ଏହି ଅବସରରେ ଗତ ଦିନରେ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା କିଛି ମାମଲା ବାବଦରେ ମଧ୍ୟ ସ୍ଥାନୀୟ ଆଲୋଚନା କରାଯିବା ସହ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଥାନାରେ ମୋ ସରକାର ବ୍ୟବସ୍ଥା ରହିଛି, ଯାହା ପୋଲିସ ସେବା ଲୋକଙ୍କ ପାଇଁ ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି। ଏଥିସହ ଶିମିଳିବାଞ୍ଛା ଓ ଆଖପାଖ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଯେ କୌଣସି ବ୍ୟକ୍ତି ବିଶେଷ ଥାନାକୁ ଆସିଲେ ସେମାନଙ୍କ କେସ୍ ବାବଦରେ ସମ୍ପୂର୍ଣ୍ଣ ଅବଗତ କରାଇବା ବାବଦରେ ପୋଲିସ ଓ ଉପସ୍ଥିତ ଜନ ପ୍ରତିନିଧି ମଧ୍ୟରେ ଆଲୋଚନା ହୋଇଥିଲା। ଆଖ ପାଖ ଅଞ୍ଚଳ ର ଯୁବକ ଯୁବତୀ ଙ୍କୁ ବିଭିନ୍ନ ଖେଳ ପ୍ରତିଯୋଗିତା, ଲୋକଙ୍କୁ ନୃତ୍ୟ ଭଳି କାର୍ଯ୍ୟକ୍ରମ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ଏହା ସହ ବିଭିନ୍ନ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିମିଳିବାଞ୍ଛା ସରପଞ୍ଚ ଶିଙ୍ଗା ମାଡକାମି, ଶୁଭ୍ରାଂଶୁ ସାହୁ ଓ ବିଭିନ୍ନ ପଞ୍ଚାୟତର ୱାର୍ଡ ମେମ୍ବର ସମେତ ଦୁଇ ଶହରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ।

Leave A Reply

Your email address will not be published.