ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ୩ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ମାନେ ତୃତୀୟ ସେମିଷ୍ଟାର ପରୀକ୍ଷାର ଖାତା ଦେଖାରେ ତୃଟି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଅନେକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅଭିଯୋଗ ଜଣାଇବା ସହ ପରୀକ୍ଷା ଖାତାକୁ ପୁନଃ ଯାଞ୍ଚ କରି ଉଚିତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ପର ପରୀକ୍ଷା ଦେଇଥିବା ବିଭିନ୍ନ ବିଷୟରେ ୦ କିମ୍ବା ୧ ମାର୍କ ଆସିଛି, ଯାହାକି ସେମାନେ କେବେ ଆକଳନ
୬୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଛାତ୍ରୀଙ୍କୁ ବାଦ ଦେଲେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟରେ ମାର୍କ କମ୍ ଆସିଥିବା କରିନଥିଲେ। ଏହି ବିଭାଗରେ ଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ
ମାଲକାନଗିରି ମହାବିଦ୍ୟାଳୟ ଥିବା ବେଳେ କୌଣସି ସମସ୍ୟା ହେଉନଥିଲା, ବର୍ତ୍ତମାନ ଜୟପୁର ବିଶ୍ଵବିଦ୍ୟାଳୟ ଅନକୁଲ୍ୟ ରେ କଲେଜ ଯିବା ପରେ ଏହିସବୁ ସମସ୍ୟା ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏନେଇ ଏକ ଅଭିଯୋଗ ପତ୍ର ମଧ୍ୟ ଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.