ରାଉରକେଲା,(ବସନ୍ତ କୁମାର ଜେନା): ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଦୁଇଦିନିଆ ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଯାଇଛି। ନରେନ ଦାସଙ୍କ ସଭାପତିତ୍ବରେ ଉଦ୍ଘାଟନୀ ଦିବସରେ ସମ୍ମାନୀୟ ଅତିଥି ଭାବେ ପ୍ରଫେସର ଡ. କଲ୍ୟାଣୀ ମିଶ୍ର, ଆର ଏସ ପି ମୁଖ୍ୟ ମହାପ୍ରବନ୍ଧକ ଏସ୍ ଏସ୍ ରାଏଚୌଧୁରୀ, ମହାପ୍ରବନ୍ଧକ ଅବକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦ୍ବିତୀୟ ଦିବସରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ, ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଓ ଆର୍ ଏସ ପି ମୁଖ୍ୟ ପ୍ରବନ୍ଧକ ପି କେ ସାହୁ ଯୋଗ ଦେଇ ଓଡ଼ିଆ ସଂସ୍କୃତି ର ଆଧାର ଓଡ଼ିଶୀ ସଙ୍ଗୀତର ପ୍ରସାର ପ୍ରଚାର ଓ ସୁରକ୍ଷା ପାଇଁ ଏହା ଏକ ସଫଳ ପ୍ରୟାସ ବୋଲି ମତପୋଷଣ କରିଥିଲେ। ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଯେ ରାଉରକେଲାର ସମସ୍ତ ଗୁରୁଙ୍କୁ ଗୋଟିଏ ମଞ୍ଚରେ ସ୍ଥାନ ଦେବା ସହ ନୂତନ ପିଢ଼ିର ଛାତ୍ର ଛାତ୍ରୀଙ୍କୁ ସୁଯୋଗ ଓ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଝିଲିମା ମହାନ୍ତି ଓ ସାଂସ୍କୃତିକ ସମ୍ପାଦକ ଡା. ସୁଶାନ୍ତ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଡ଼ା. ଉତ୍ତମ ଚରଣ ଜେନାଙ୍କୁ ଜୟଦେବ ସ୍ବାସ୍ଥ୍ୟ ସେବା ସମ୍ମାନ, ଗୁରୁ ବୀଣାପାଣି ରଥଙ୍କୁ ଜୟଦେବ ସଙ୍ଗୀତକଳା ସମ୍ମାନ, ସୁଶ୍ରୀ ବର୍ଷାରାଣୀ ପଣ୍ଡାଙ୍କୁ ଜୟଦେବ ନୃତ୍ୟକଳା ସମ୍ମାନ,ଦିବ୍ୟାଙ୍ଗ କ୍ରୀଡାବିତ୍ ବିଦ୍ୟାଧର ବେହେରାଙ୍କୁ ଜୟଦେବ କ୍ରୀଡା ସମ୍ମାନ, କ୍ଲିନ୍ ଆଣ୍ଡ ଗ୍ରୀନ, ମାଣିକ ଓ ଏକତା ଗ୍ରୁପ୍ ଅନୁଷ୍ଠାନକୁ ଜୟଦେବ ସମାଜ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଦିବସରେ ଓଡିଶୀ ସଙ୍ଗୀତ ପ୍ରତିଯୋଗିତା, ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଓ କଳାକାର ମାନଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଓ ତବଲା ବାଦନ ପରିବେଷଣ କରାଯାଇଥିଲା।ସେହିପରି ଉଦଯାପନୀ ଦିବସରେ ଓଡିଶୀ ସଙ୍ଗୀତର ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା।ଏହି ଆଲୋଚନା ଚକ୍ରରେ ଡ. ଶାନ୍ତନୁ କୁମାର ରଥ,ଡ. ନିମକାନ୍ତ ରାଉତରାୟ, ଗୁରୁଶ୍ରୀ ସଚ୍ଚିଦାନନ୍ଦ ଦାସ, ପଣ୍ତିତ ରଘୁନାଥ ପାତ୍ର, ସୁଶ୍ରୀ ବର୍ଷାରାଣୀ ପଣ୍ଡା, ଡ. ସୁଶାନ୍ତ କୁମାର ପାଣି, ପ୍ରଫୁଲ୍ଲ ମଙ୍ଗଳ, ବୀଣାପାଣି ରଥ, ଆଶାଲତା ଷଡ଼ଙ୍ଗୀ, ଆଦି ଅନେକ ସଙ୍ଗୀତ ଗୁରୁ, ରାଉରକେଲାର ବିଜ୍ଞ ବ୍ୟକ୍ତିତ୍ଵ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଆର୍ ଏସ ପି ମହାପ୍ରବନ୍ଧକ ପ୍ରମୋଦ କୁମାର ସାହୁ ଯୋଗ ଦେଇ ଓଡ଼ିଶୀ ସଙ୍ଗୀତ ଆମ ଜାତିର ସଂସ୍କୃତି ଓ ଅସ୍ମିତା ର ପରିଚୟ ବୋଲି କହିଥିଲେ। ଡ. ଶାନ୍ତନୁ କୁମାର ରଥ, ଗୁରୁ ସଚ୍ଚିଦାନନ୍ଦ ଦାସ ଓ ଡ. ନିମାକାନ୍ତ ରାଉତରାୟ, ପଣ୍ତିତ ରଘୁନାଥ ପାତ୍ର ଓଡ଼ିଶୀ ସଙ୍ଗୀତର ମହତ୍ତ୍ଵ ଓ ଜଗନ୍ନାଥ ସଂସ୍କୃତି ଆଧାରିତ ବୋଲି ମତ ପ୍ରକାଶ କରିଥିଲେ। ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ବିଜୟଲକ୍ଷ୍ମୀ ରାଉତରାୟ,ପ୍ରୀତିନନ୍ଦା ପରିଡ଼ା, ସୌମ୍ୟ ରଂଜନ ଗାହାଣ,
ସୈ।ମ୍ୟକାନ୍ତ ମଲ୍ଲିକ ଓ ରାଉରକେଲାର ସୁନାମ ଧନ୍ୟ ଗୁରୁ ଓ ଛାତ୍ରଛାତ୍ରୀମାନେ ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ, ଗୀତଗୋବିନ୍ଦ ଆଦି ପରିବେଷଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପସଭାପତି ହରିହର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉପଦେଷ୍ଟା ସଞ୍ଜୀବ ମହାନ୍ତି, ପ୍ରଭାତ ମହାନ୍ତି, ମଧୁସୂଦନ ମହାପାତ୍ର, ତ୍ରିଲୋଚନ ପରିଡ଼ା, ଭୋଳାନାଥ ମାଝୀ, ଭୀମସେନ ନାୟକ, ରଶ୍ମିରେଖା ମିଶ୍ର,ରୁକ୍ମନ୍ ବେହେରା, ପଦ୍ମିନୀ ସାହୁ, ସ୍ୱର୍ଣ୍ଣରେଖା ମହନ୍ତ ଆଦି ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.