ବେଲଗୁଣ୍ଠା, ୧୭/୦୩-(ଶିବରାମ ଚୌଧୁରୀ )-, ଆଜି ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ଦେବୀଙ୍କୁ ପରମ୍ପରା ମୁତାବକ ପଣାପାଣି ଅର୍ପଣ କରାଯାଇଛି I ଜଗନ୍ନାଥ ପାଟଣା ସାହି ପକ୍ଷରୁ ସଭାପତି ଡ଼ି. ଚନ୍ଦନ ବିନ୍ଧାଣିରା, ସଂପାଦକ ସଂଗ୍ରାମ ବିନ୍ଧାଣିରା, କୋଷାଧ୍ୟକ୍ଷ ଇ.ଶିବାନନ୍ଦ ପାତ୍ର, କାର୍ଯ୍ୟକରୀ ସଭାପତି କେ. ଜିତେନ୍ଦ୍ର ସୁବୁଦ୍ଧି, କାର୍ଯ୍ୟକାରି ସଂପାଦକ ଏ.ଶ୍ରୀନିବାସ ପାତ୍ର, ଉପଦେଷ୍ଠା ଏ. ମନୋଜ କୁମାର ପାତ୍ର ଏବଂ ଡ଼ି. ବ୍ରଜେନ୍ଦ୍ର ବିନ୍ଧାଣିରା ପ୍ରମୁଖଙ୍କ ଉପସ୍ଥିତିରେ ସହରର ପାଞ୍ଚଗୋଟି ଦେବୀ ମନ୍ଦିର ତଥା ମାଆ ବ୍ରାହ୍ମଣ ଦେବୀ, ମାଆ ଠାକୁରାଣୀ,ମାଆ ଝିକର ଦେବୀ,ମାଆ ଶ୍ୟାମାକାଳୀ, ମାଆ ରୂଦ୍ରକାଳୀଙ୍କୁ ପଣାପାଣି ଅର୍ପଣ କରାଯାଇଥିଲା I ପାରମ୍ପରିକ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଝୁଣା ପଣାରେ ସହର ମହକି ଉଠିଥିଲା I ପଣାପାଣି ଅର୍ପଣ କରାଯାଇ ଦେବୀ ମାନଙ୍କ ନିକଟରେ ସହରର ସୁରକ୍ଷା, ଗୋସମ୍ପଦର ସୁରକ୍ଷା ନିମନ୍ତେ ଆଶୀର୍ବାଦ ଭିକ୍ଷା କରାଯାଇଥିଲା I ସେହିପରି ସହରର ରେଡୀକା ସାହି ପକ୍ଷରୁ ମଧ୍ୟ ପଞ୍ଚ ଦେବୀଙ୍କ ନିକଟରେ ପଣାପାଣି ଅର୍ପଣ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.