ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମିଳିମିଳା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଏହି ରୁତୁରେ କିଛି ଶିଶୁଙ୍କୁ ମସୁର ପରି କିଛି ଚିହ୍ନ ଦେଖାଗଲେ ପରିବାର ଲୋକ ସନ୍ଦେହରେ ବସନ୍ତ ଭାବି ବ୍ୟସ୍ତ ହୋଇପଡ଼ୁଛନ୍ତି। ଦୂଷିତ ଜଳ ପାନ,ଖଟା ଖାଇଲେ ଓ ଖୋଲା ପବନରେ ଅଧିକ ବୁଲିଲେ କଫ ବଢି ଭୂତାଣୁ ସଂକ୍ରମିତ ହୁଏ।ରୋଗାକ୍ରାନ୍ତ ଶିଶୁର ନାସା ସ୍ରାବ ପବନ ଦ୍ଵାରା ଯାଇ ଅନ୍ୟ ଶିଶୁ ମାନଙ୍କୁ ସଂକ୍ରମଣ ହୁଏ।ସାହି, ସହର, ଗ୍ରାମ ବ୍ୟାପିଯାଏ। ଆଖି ନାକରୁ ପାଣି ବହେ, ଜ୍ୱର, ଶୁଷ୍କ କାସ, ଅରୁଚି, ମୁଣ୍ଡବ୍ୟଥା, ଶରୀର ପୀଡା ସହ ମସୁର ଜାଇ ପରି ଫୋଟକା ଦେହ ସାରା ବାହାରି ପଡେ।ମସୁରର ଲକ୍ଷଣ ମସୁର ମଝିରେ ବିନ୍ଦୁଟିଏ ଦବିଲା ପରି ହୋଇଥାଏ।କାରଣ ଗୁଡିକୁ ଛାଡି ଲଘୁ ଖାଦ୍ୟ,ଉଷ୍ଣଜଳ ପାନକରିବେ, ଘରେ ଭୂତାଣୁ ନାଶ ପାଇଁ ଝୁଣା ନିମ୍ବ ପତ୍ର ଧୂପ ଦେବେ, ପ୍ରତିଷେଧ ପାଇଁ ହଳଦୀଗୁଣ୍ଡ କିମ୍ବା କଲରା ପତ୍ର ରସ ସକାଳୁ ତିନିଦିନ ଖାଇବେ।ଶେଜରେ କୋମଳ ନିମ୍ବ ପତ୍ର ପକାଇବେ,ଶରୀର କୁଣ୍ଡେଇ ହେଲେ ନିମ୍ବ କାଠିରେ କୁଣ୍ଡାଇବେ। ଗୋରଚନା ବା ହଳଦୀଗୁଣ୍ଡ ଦିନରେ ତିନିଥର ମହୁ ସହ ଖାଇଲେ ଜ୍ୱର ସହ ମିଳିମିଳା ଭଲ ହୋଇଯାଏ। କାଶ ପାଇଁ ତୁଳସୀ ରସ ଦେବେ, ପଦାରେ ବୁଲିବେ ନାହିଁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତିl
ଡ଼l. ନକୁଳ ସାହୁ, ଫୋନ 9861450612,
Sign in
Sign in
Recover your password.
A password will be e-mailed to you.