ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:, ୧୭ମାର୍ଚ୍ଚ: ରାୟଗଡ଼ା ଜିଲ୍ଲାର ଟିକିରି ଠାରେ ଆୟୋଜିତ ମିଷ୍ଟର ଏଣ୍ଡ ମିସେଜ୍ ଓଡ଼ିଶା ବଡିବିଲ୍ଡିଂ ଚ୍ୟାମ୍ପିଅନଶିପ ରେ ମାଲକାନଗିରି ଜିଲ୍ଲାର ଯୁବକ ଶିତିଜ ପ୍ରେମ କୁମାର ଅଲି ଚମତ୍କାର ସଫଳତା ଅର୍ଜନ କରିଛନ୍ତି। ମେନ୍ସ ଫିଜିକ୍ ଜୁନିୟର ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିବା ସହ ଏହି ବର୍ଗରେ ଓଭରଅଲ୍ ଚ୍ୟାମ୍ପିଅନ ଭାବେ ଚୟନିତ ହୋଇଛନ୍ତି।
ମାଲକାନଗିରି ଜିଲ୍ଲାର ଏହି ପ୍ରତିଭାଶାଳୀ ଯୁବକଙ୍କ ସଫଳତା ପଛରେ ତାଙ୍କର ଦୀର୍ଘଦିନର ପ୍ରୟାସ, ଶ୍ରମ ଓ ନିୟମିତ ଅଭ୍ୟାସ ମୁଖ୍ୟ ଭୂମିକା ନେଇଛି। ତାଙ୍କୁ କୋଚ୍ ଶ୍ରୀକାନ୍ତ ବେହେରା ପ୍ରଶିକ୍ଷଣ ଦେଇଥିବା ବେଳେ ଏହି ସଫଳତା ଜିଲ୍ଲାର କ୍ରୀଡ଼ାକ୍ଷେତ୍ର ପାଇଁ ଗର୍ବର ବିଷୟ ହୋଇଛି।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶିତିଜ ପ୍ରେମ କୁମାର ଅଲି ଙ୍କୁ ଜିଲ୍ଲାର କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଲୋକମାନେ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.