ରାଉରକେଲା, (ବସନ୍ତ କୁମାର ଜେନା): ସହରରେ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ପ୍ରୟାସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ରାଉରକେଲା ତଥା ରାଉରକେଲା ଇସ୍ପାତ କାରଖାନା ରେ କାର୍ଯ୍ୟରତ କିଛି କର୍ମଚାରୀ,ଯାହାଙ୍କ ପାଖରେ ନାଟକ ପ୍ରତି ଥିବା ପ୍ରତିବଦ୍ଧତା କୁ ଲୋକଲୋଚନରେ ଆଣିବା ପାଇଁ ଏ ପ୍ରୟାସ ଆରମ୍ଭ କରାଯାଇଛି। ଏହି ଅବସରରେ ଆସନ୍ତା ୧୬ ତାରିଖ ଦିନ ପ୍ରତିବିମ୍ବ ଅନୁଷ୍ଠାନ ତରଫରୁ ପ୍ରଭାକର ପାତ୍ର ଙ୍କ ରଚିତ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶିତ ହେଲୋ,ନିଲେଶ ନାଟକ ପ୍ରଦର୍ଶିତ ହେବ। ସେହିପରି ୧୭ ତାରିଖ ଦିନ ରାଉରକେଲା ରଙ୍ଗମଞ୍ଚ ତରଫରୁ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ରଚିତ ତଥା କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁସୃଜନ ଓ ନିର୍ଦ୍ଦେଶନାରେ ନାଟକ କାହ୍ନୁରେ ପ୍ରଦର୍ଶିତ ହେବ। ୧୮ ତାରିଖରେ ଭୁବନେଶ୍ଵର ର ମ୍ୟାଜିକ ଥିଏଟର ତରଫରୁ ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଓ ନିର୍ଦ୍ଦେଶନାରେ ନାଟକ ନିଶାପ, ୧୯ ତାରିଖରେ ପୁରୀ ପିପିଲି ର ରଙ୍ଗ ଲୋକ ତରଫରୁ ତୁଷାରକାନ୍ତ ପଟ୍ଟନାୟକ ଙ୍କ ରଚିତ ଓ ଦୁର୍ଯୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ଓ ୨୦ ତାରିଖ ଦିନ ଭୁବନେଶ୍ଵରର ଅର୍ପଣ ସଂସ୍ଥା ତରଫରୁ ନାଟ୍ୟକାର ବିଶ୍ବନାଥ ପତି ଙ୍କ ରଚିତ, ଗୋବିନ୍ଦ ଜେନା ଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ତଥା ଧରିତ୍ରୀ ଖଣ୍ଡୁଆଳ ଅଭିନୟରେ ଏକକ ନାଟକ ନୀରବତାର ସ୍ବର ପ୍ରଦର୍ଶିତ ହେବ। ଏହି ନାଟକ ଗୁଡ଼ିକୁ ବହୁ ସଂଖ୍ୟାରେ ଯୋଗଦେଇ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ସଭାପତି ସୋମନାଥ ପାଢ଼ୀ, ସମ୍ପାଦକ ପ୍ରଭାକର ପାତ୍ର, ସାଂସ୍କୃତିକ ସମ୍ପାଦକ ପ୍ରଣବ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସାଗର ମୁଣ୍ଡା, ସଭ୍ୟ ସୁଶାନ୍ତ କୁମାର ମହାନ୍ତି, ରାମଚନ୍ଦ୍ର ଗୈ।ଡ଼,ରାନୁ ମହାପାତ୍ର,ଦୀପକ କୁମାର ମହାନ୍ତି, ଉମାକାନ୍ତ ବିଶୋଇ, ଅଶୋକ କୁମାର ରାଉତ, ଚିନ୍ମୟ ବେହେରା, ଅମୂଲ୍ୟ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.