ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଥାନାଧିକାରୀ ଙ୍କ ସୁଚନା ମୁତାବକ ଭଞ୍ଜନଗର ପୋଲିସ୍ ଷ୍ଟେସନ୍ କେସ୍ ନମ୍ବର ୨୧୧/୨୦୨୬ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଅଭିଯୋଗରେ ଡାକ୍ତର ଙ୍କ ବିରୋଧରେ ମାମଲା ରୁଜୁ। ଗତ ୧୩.୦୩.୨୦୨୬ ଶୁକ୍ରବାର ରିଖ ସନ୍ଧ୍ୟା ପ୍ରାୟ ୦୬.୦୦ ଘଣ୍ଟିକା ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ (SDH) ପରିସରରେ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତିକୁ ନେଇ ଭଞ୍ଜନଗର ପୋଲିସ ଏକ ଅପରାଧିକ ମାମଲା ରୁଜୁ କରିଛି।
ଘଟଣାର ସଂକ୍ଷିପ୍ତ ବିବରଣୀ: ଅଭିଯୋଗକାରୀ ଧର୍ମରାଜ ଭୂୟାଁ (୨୦), ପିତା- ଆଲେଖ କୁମାର ଭୂୟାଁ, ଗ୍ରାମ- ଭେଜିପୁଟ (କୋଳିସାହି), ଭଞ୍ଜନଗରଙ୍କ ଲିଖିତ ରିପୋର୍ଟ ଅନୁଯାୟୀ, ସେ ନିଜ ମାଆ ରେଣୁକା ଭୂୟାଁଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଇଥିଲେ। OPD ରେ କାର୍ଯ୍ୟରତ ଡାକ୍ତର କିରଣ ମହାପାତ୍ର ତାଙ୍କ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିବା ନେଇ ଅଭିଯୋଗ ହୋଇଛି।
ପୋଲିସ ପଦକ୍ଷେପ: ଏହି ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୋଲିସ ଭାରତୀୟ ନ୍ୟାୟ ସଂହିତା ର ଧାରା ୨୯୬/୧୧୫(୨)/୧୨୬(୨)/୩୨୪(୨) ଅନୁଯାୟୀ ମାମଲା ରୁଜୁ କରିଛି। ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଜୋସ୍ନା ସାହୁ ଏହି ମାମଲାର ଛାନଭିନ୍ ଜାରି ରଖିଛନ୍ତି। ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
Sign in
Sign in
Recover your password.
A password will be e-mailed to you.