
ଆଜି ଅପରାହ୍ନ 4ଘଟିକା ସମୟରେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ସାମ୍ବାଦିକ ବାସୁଦେବ ରାଉଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ମାସ ଓ ପରବର୍ତ୍ତୀ 2ମାସ ଯାଏଁ ଦିବଙ୍ଗତ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ କି କି ପଦକ୍ଷେପ ନିଆଯିବ କେଉଁ ମାନଙ୍କୁ ସମ୍ବର୍ଦ୍ଧିତ କରାଜିବ ବିଧିବଦ୍ଧଭାବେ ଆଲୋଚନା କରାଯାଇ ଧାର୍ଯ୍ୟ କରାଗଲା । ଏହି ସଂଗଠନକୁ ବାଲେଶ୍ୱର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ କିପରି ପହଞ୍ଚା ଯାଇପାରିବେ ଆଲୋଚନା ହୋଇଥିଲା।ଏହି ବୈଠକରେ ଉପସଭାପତି ସନ୍ଦିପ୍ତ ଦାସ, ଭଗବାନ ଦାସ, ତ୍ରିଲୋଚନ ମହାନ୍ତି, ତ୍ରିଲୋଚନ ଉପାଧ୍ୟାୟ,କମଳା କାନ୍ତ ନାୟକ,ସରତ ବାରିକ ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜର ମତାମତ ଦେଇଥିଲେ। ଶେଷରେ ସମ୍ପାଦକ ଗଗନ କୁମାର ସେଠୀ ସମସ୍ତ ସଦସ୍ୟ ବନ୍ଧୁଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post