ଆଠଗଡ଼ରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ : ଉମା-ରାଜାଙ୍କ ସହ ବିଜେପିରୁ କିଏ ?

0

ଓଡିଶା ରାଜନୀତିରେ ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ମାନଙ୍କ ମଧ୍ୟରେ କଟକ ଜିଲ୍ଲାର ଆଠଗଡ ନିର୍ବାଚନମଣ୍ଡଳୀ ଅନ୍ୟତମ | ଏଠି ଗତ କିଛି ନିର୍ବାଚନ ହେବ ଚାଲିଛି ରାଜା ଓରଫ ରାଜା ସ୍ବାଇଁ ଓରଫ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ରାଜୁତି | ଅବଶ୍ୟ ରାଜାଙ୍କ ଏକ ତରଫ ରାଜୁତି ପଛରେ ପ୍ରମୁଖକାରଣ ହେଉଛି ବିରୋଧୀ ଦଳର ଅଯୋଗ୍ୟତା ବା ଅପାରଗତା | କାରଣ ରାଜାଙ୍କୁ ମୁକାବିଲା କଲା ଭଳି ସେଠି ପ୍ରାର୍ଥୀ ଦେବା ପାଇଁ ନ କଂଗ୍ରେସ କେବେ ଚିନ୍ତା କରିଛି ନ କେବେ ବିଜେପି ସାହସ କରିଛି | ଦୁର୍ବଳ ପ୍ରତିଦ୍ବନ୍ଦୀଙ୍କ କାରଣରୁ ସେଠି ରାଜା ପାଆନ୍ତି ଏକ ତରଫା ବିଜୟ | ଆଉ ସେଥିପାଇଁ ସେଠୁ ଏମଏଲଏ ରାଜା ବାବୁଙ୍କ ଡ୍ରାଇଭର ବି ନିର୍ବାଚନ ଜିତିକି ଆସି ବିଧାନସଭାରେ ବସିବାର ସୌଭାଗ୍ୟ ହାସଲ କରି ପାରିଥିଲେ | ଆଠଗଡରେ ରାଜାଙ୍କ ରାଜୁତି ଚାଲିଥିଲେ ମଧ୍ୟ ଗତ କଛି ଦିନ ମଧ୍ୟରେ ସ୍ଥିତିରେ କିଛିଟା ଘଳିଆ ଫିଟିଛି | ଶାସକ ଦଳ ଭିତରେ ବି ନିର୍ବାଚନମଣ୍ଡଳୀ ସ୍ତରରେ ଅସନ୍ତୋଷ ସୃଷ୍ଟି ହୋଇଛି | ଆଗରୁ ରାଜାଙ୍କ ପତିଆରା ଆଗରେ ବିରୋଧୀ ଦଳ ଆସିବାକୁ ଇଛା ପ୍ରକାଶ କରୁନଥିବା ବେଳେ ବର୍ତ୍ତମାନ ଗୋଳିଆ ପାଣି ସେମାନଙ୍କ ପ୍ରବେଶ ଓ ଉପସ୍ଥିତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି | କଂଗ୍ରେସର  ପୂର୍ବତନ ପ୍ରାର୍ଥୀ ହୋଇଥିବା ବିଭୁତି ମିଶ୍ରଙ୍କୁ ବିଜେପି ଦଳକୁ ନେଇ ରାଜାଙ୍କ ବିରୋଧରେ ପ୍ରୋଜେକ୍ଟ କରିବାକୁ ଆରମ୍ଭ କରିଥିଲା | କଂଗ୍ରେସରୁ ପୂର୍ବତନ ଟାଣୁଆ ଯୁବ ନେତା ଉମାବଲ୍ଲଭ ରଥ ବହୁଦିନ ଧରି ତାଙ୍କ ଉପସ୍ଥିତି ପୁନଃ ଜାହିର କରିବା ସହ ଆସନ୍ତା ନିର୍ବାଚନରେ ସେ ହିଁ ଦଳର ପ୍ରାର୍ଥୀ ବୋଲି ଲୋକଙ୍କ ଭିତରେ ଭାବନା ଜମାଇବାରେ ସକ୍ଷମ ହୋଇଛନ୍ତି | ବିଜେଡିରେ ନବୀନ ବାବୁଙ୍କ ଟିକଟକୁ ଛାଡି ଆଉ କାହାର ଟିକଟ ଫାଇନାଲ ହୋଇଛି ବୋଲି କହିବା ସମ୍ଭବ ନଥିଲେ ବି  ରାଜାଙ୍କୁ ପାର୍ଟି ରିପିଟ କରିବା ଏକ ପ୍ରକାର ନିଶ୍ଚିତ | ହେଲେ ଆଠଗଡ଼ରେ ବିଜେପି ବହି କିନ୍ତୁ ଗୋଳିଆ | ପରିବର୍ତ୍ତିତ ପରିସ୍ଥିତିରେ ଲୋକମାନଙ୍କ ବିଜେପି ପ୍ରତି ଆକର୍ଷଣ କିଛିଟା ବଢିଥିବା ବେଳେ ସେଠି କାହିଁ କେଜାଣି ବରିଷ୍ଠ ନେତା ବିଭୁତି ମିଶ୍ର ସେମିତି ଉପସ୍ଥିତି ବା କାର୍ଯ୍ୟକ୍ରମ ନଜରକୁ ଆସିନାହିଁ | ସେ ବି ବିଜେପି ନେତା ଓ କର୍ମୀଙ୍କ  ଦ୍ୱାରା ସେ ଗ୍ରହଣୀୟ ହୋଇ ପାରୁନାହାନ୍ତି |  ହଁ ସେଠାରେ ବିଜେପି ପକ୍ଷରୁ କାର୍ଯ୍ୟକ୍ରମ ଚାଲିଛି | ସେଠି ଏବେ ଆଶାୟୀ ଭାବେ ମୁଣ୍ଡ ଟେକିଛନ୍ତି ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର,ଯୁବ ନେତା ତଥା କଟକ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ପ୍ରଦୀପ ଶାହା | ନିର୍ବାଚନମଣ୍ଡଳୀ ଓ ମଣ୍ଡଳସ୍ତରରେ ଦଳୀୟ କାର୍ଯ୍ୟକ୍ରମ ପୂର୍ବାପେକ୍ଷା ବୃଦ୍ଧି ପାଉଛି |  ମନ୍ମଥ ତଥା ଅନ୍ୟ ନେତାଙ୍କ କାର୍ଯ୍ୟକ୍ରମ ଠିକ ଠାକ ଚାଲିଥିବା ବେଲେ ଯୁବନେତା ପ୍ରଦୀପ ଶାହାଙ୍କ କାର୍ଯ୍ୟକ୍ରମ ପ୍ରଭାବଶାଳୀ ଢଙ୍ଗରେ ଜାରି ରହିଛି | ଏବେ ଚାଲିଥିବା ମୋ ଘର ବିଜେପି ଘର ଅନ୍ତର୍ଗତ ବହୁସଂଖ୍ୟାରେ ସମର୍ଥକଙ୍କ ସହ ଘର ସମସରପୁର, ମଙ୍ଗରାଜ ପୁର ଓ ନୂଆପାଟଣା ପଞ୍ଚାୟତର  ଗାଁ ଗାଁ ଘର ଘର ବୁଲି ଜନ ସମର୍ଥନ ଲୋଡୁଥିବା ଦେଖିବାକୁ ମିଳିଥିଲା | ଅନ୍ୟ ଆଶାୟୀ ମାନେ ପୂର୍ବରୁ ରାଜା ବାବାୟୁଙ୍କ ସହ ବୁଲୁଥୁଲେ ବା କେହି ବିଜେପି ଛାଡି ବିଜେଡି ଚାଲି ଯାଇ ପୁଣି ନଗଦ ନଗଦ ଆଶାୟୀ ହୋଇ ଦଳରେ ପଶୁଥିବା ବେଳେ ଦଳର ଫ୍ରେଶ କ୍ୟାଣ୍ଡିଡେଟ ଭାବେ ଉଭା ହୋଇଥିବା ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପଙ୍କ ପ୍ରାର୍ଥୀ ରାଜା ବିରୋଧୀଙ୍କ  ଶ୍ରଦ୍ଧା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ରାଜାଙ୍କ ବିକଳ୍ପ ଭାବେ | ଟିକଟ ତା ଗହନ ବ୍ୟାପାର |  ହେଲେ ଆଠଗଡ ଏବେ ରାଜାଙ୍କ ଏକଚାଟିଆ ବିଜୟ ପାଇଁ ସହଜ ହୋଇ ରହିନାହିଁ, ନିଜ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ କାରଣରୁ | ସେଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ପାଇଁ ପଥ ଉନ୍ମୁକ୍ତ ହୋଇଥିବା ବେଲେ କଂଗ୍ରେସରୁ ଉମା, ବିଜେଡିରୁ ରାଜାଙ୍କ ସହ ଲଢେଇରେ ସାମିଲ କରିବାକୁ କାହାକୁ ବାଛୁଛି ତାହାକୁ ଅପେକ୍ଷା |  

Leave A Reply

Your email address will not be published.