ଦୁର୍ନୀତି ନିରାକରଣରେ ସୂଚନା ଅଧିକାର ଆଇନ ୨୦୦୫ର ଭୂମିକା ଉପରେ ବକ୍ତୃତା ପ୍ରତିଯୋଗିତା

0 2

ରାୟଗଡ,୧୨।୩ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ରାୟଗଡ ପକ୍ଷରୁ ଜିଲାସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ଉପରେ ସଚେତନ‌ତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନଠାରେ  ଅନୁଷ୍ଠିତ ହୋଇଛି I  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କର୍ମଶାଳାରେ କୈଳାଶ ସ୍ୱାଇଁ ସହକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ପ୍ରଶାନ୍ତ ପାଳ, ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ, ମନୋରଞ୍ଜନ ଦାଶ, ଅଧ୍ୟାପକ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରମୁଖ ବିଚାରକ ରୁପେ ଯୋଗ ଦେଇଥିଲେ । ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ସହକାରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ବକ୍ତୃତା ପ୍ରତିଯୋଗିତାର ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆଇନକୁ ସ୍ବଚ୍ଛ ଶାସନର ଦର୍ପଣ ଭାବେ ଗ୍ରହଣ କରିବା ଓ ସମାଜ ପ୍ରତି ଦାୟିତ୍ବବୋଧ ରହିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦିଆଯାଇଥିଲା।

ଉକ୍ତ ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୧୫୦୦, ୧୦୦୦, ୫୦୦ ଆର୍ଥିକରାଶି ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ରାଜେଶ୍ୱରୀ ଭାଟ୍ଟରୟ, ପ୍ରଜ୍ଞା ପ୍ରଶାଦିନୀ ପଟ୍ଟନାୟକ, ମୋଶେଷ ରଞ୍ଜନ ଦିଗଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ସୁରଜ କନ୍ଧପାଣି, ରଚନା ନିଶାଳ, ଶୁଭେନ୍ଦୁ କୁମାର ପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉକ୍ତ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ଦୁର୍ନୀତି ନିରାକରଣରେ ସୂଚନା ଅଧିକାର ଆଇନ ୨୦୦୫ ର ଆବଶ୍ୟକତା।

ଉକ୍ତ କାର୍ଯ୍ୟକ୍ରମ ରେ ଶିବ ପ୍ରସାଦ ମିଶ୍ର, ସାମାଜିଜ କର୍ମୀ, ଜଳନ୍ଧର ପୁଷିକା, ଅବସରପ୍ରାପ୍ତ ଯୁଗ୍ମ ନିର୍ଦେଶକ,ବରିଷ୍ଠ ନାଗରିକ, ମହାବିଦ୍ୟାଳୟ ଓ ଉଚ୍ଚମାଧ୍ଯମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଧକ୍ଷ-ଅଧକ୍ଷା ଯୋଗ ଦେଇ ଥିଲେ।

Leave A Reply

Your email address will not be published.