ମୁଣ୍ଡ ବଢୁଛି ନାବାଳିକାର, ଚିନ୍ତାରେ ପରିବାର ଲୋକେ।

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୧୨/୦୩/୨୬: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପର୍ଶନପାଲ୍ଲୀ ଗ୍ରାମର ୧୨ ବର୍ଷର ନାବାଳିକା ରାଜେ, ବୟସ ସହ ମୁଣ୍ଡ ବଢ଼ୁଥିବାରୁ ଚିନ୍ତାରେ ପରିବାର ଲୋକ। ସୂଚନା ଅନୁଯାୟୀ ପଡିଆ ବ୍ଲକ ଅନ୍ତର୍ଗତ ପର୍ସନପଲ୍ଲୀ ଗ୍ରାମର ଇର୍ମା ମାଡିଙ୍କ ୧୨ ବର୍ଷର କୁନି ଝିଅ ରାଜେ ମାଡିଙ୍କ ମୁଣ୍ଡ ଗତ କିଛି ବର୍ଷ ଧରି ଲଗାତର ଭାବେ ବୃଦ୍ଧି ପାଉଛି। ଯାହାଫଳରେ ରାଜେଙ୍କୁ ମୁଣ୍ଡ ଭାରି ଭାରି ଅନୁଭବ ହେଉଥିବା ବେଳେ ସମୟେ ସମୟେ ବ୍ୟଥା ହେଉଥିବା କହିଛି। ରାଜେ ପର୍ସନପଲ୍ଲୀ ବିଦ୍ୟାଳୟରେ ୭ମ ଶ୍ରେଣିରେ ପାଠ ପଢୁଥିବା ବେଳେ ଗତ କିଛି ଦିନ ଧରି ବାଣୀଶ୍ରୀ ଯୋଜନାରେ ସାମିଲ ପାଇଁ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି। ବାରମ୍ବାର ଆସିବା ପରେ ମଙ୍ଗଳବାର ଦିନ ରାଜେଙ୍କୁ ବାଣୀଶ୍ରୀ ଯୋଜନାରେ ସାମିଲ କରାଯାଇଥିବା ପର୍ସନପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି। ଅନ୍ୟପଟେ ରାଜେଙ୍କ ମୁଣ୍ଡ ଆକାର ବୃଦ୍ଧିକୁ ନେଇ ପରିବାର ଲୋକ ବିଚଳିତ ହୋଇ ପଡୁଥିବା ବେଳେ ଭବିଷ୍ଯତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏପରି ସ୍ଥିତିରେ ରାଜେଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷ୍ୟରୁ ରାଜେଙ୍କୁ ଉଦ୍ଧାର କରି ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗଦେବାକୁ ପରିବାର ଲୋକ ନିବେଦନ କରିଛନ୍ତି।

Leave A Reply

Your email address will not be published.