ମୁଖ୍ୟ ଅଭିଯୁକ୍ତ କୁ ଗିରଫ, ହତ୍ୟା ପରେ ଫିଙ୍ଗି ଦେଇ ଥିଲା

0 2

ନିଖୋଜ ର ଦୁଇ ଦିନ ପରେ ନାବାଳିକା ର ମୁତଦେହ ଉଦ୍ଧାର 

ରାଜଗାଙ୍ଗପୁର, ୧୧-୦୩-୨୬. ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଗତ (୦୯-୦୩-୨୬) ନିଖୋଜ ଥିବା ଜଣେ ନାବାଳିକା(୮) ଙ୍କ ମୃତଦେହ ପୁଲିସ ବୁଧୁବାର ଅପରାହ୍ନରେ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲର ପାହାଡ଼ ଚଟାଣ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଏହି ମାମଲାରେ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରିଛି ରାଜଗାଙ୍ଗପୁର ପୁଲିସ ସୁନ୍ଦରଗଡ଼ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମାମଲାର ତଦନ୍ତ କରାଯାଉଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଗତ ୯ ତାରିଖ ଦିନ ନାବାଳିକାଜଣକ ସ୍କୁଲ ଛୁଟି ହେବା ପରେ ପାଖରେ ଖେଳୁଥିଲେ । ଦିନ ପ୍ରାୟ ୪ଟାବେଳେ ସେ ହଠାତ୍ ନିଖୋଜ ହୋଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି

ପତ୍ତା ନ ମିଳିବାରୁ ୧୦ ତାରିଖ ସକାଳେ ନାବାଳିକାଙ୍କ ମାମୁଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ରାଜଗାଙ୍ଗପୁର ପୁଲିସ ସଦଳବଳ ମଙ୍ଗଳବାର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା। ଏହି ଘଟଣାରେ କିଛି ଯୁବକଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରିଥିଲା ଜଣେ ଅଭିଯୁକ୍ତର ବୟାନ ଆଧାରରେ ପୁଲିସ ବୁଧବାର ସକାଳୁ ଅଗ୍ନିଶମ ବାହିନୀ ଓ ସନ୍ଧାନୀ କୁକୁର ସହାୟତାରେ ପାହାଡ଼ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଥିଲା। ଆଜି ମୃତଦେହ ପଞ୍ଚନାମା କରାଯାଇ ମର୍ଗରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରା‌ଯିବ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣାକ୍ରମ ଜଣାପଡ଼ିବ ବୋଲି ରାଜଗାଙ୍ଗପୁର ଏସ୍‌ତିପିଓ ବିଭୂତି ଭୋଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.