ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି ତା ୧୧/୩/୨୬: ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢ଼ିବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଆଖୁ ରସ ଏବଂ ଫଳ ରସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆରମ୍ଭରେ ଜିଲ୍ଲା ର ବିଭିନ୍ନ ବ୍ଲକ ଅଞ୍ଚଳ ସମେତ ମାଲକାନଗିରି ତଥା ବାଲିମେଳା ସହରରେ ଚାଷୀଙ୍କ ଦ୍ବାରା ଅମଳ କରାଜାଇଥିବା ତରଭୁଜର ଚାହିଦା ବଢ଼ିଛି ଛୋଟ ତରଭୁଜ ଗୋଟା ପିଛା ୩୦ରୁ ୪୦ଟଙ୍କା, ମଧ୍ୟମ ଆକାରର ୫୦ରୁ ୮୦ ଟଙ୍କା ଓ ବଡ ଆକାରର ତରଭୁଜ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ତରଭୁଜ କିଲୋ ପିଛା ୩୦ ଟଙ୍କାରେ ମଧ୍ୟ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଖରା ଦିନେ ତରଭୁଜ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ତରଭୁଜ କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭ ଦାୟକ । ଏହାକୁ ଖାଇଲେ ଶରୀରରେ ଜଳୀୟ ଅଂଶ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ରହିଥାଏ। ଏଥିପାଇଁ ଜିଲ୍ଲାବାସୀଙ୍କ ସମେତ ବାଟୋଇମାନେ ଖରାରେ ତରଭୁଜ ଖାଇ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି।
Sign in
Sign in
Recover your password.
A password will be e-mailed to you.