ବରଗଡ :- ବରଗଡ଼ ଜିଲ୍ଲା କୃଷି ବିଭାଗ ଆକ୍ସନ ମୋଡକୁ ଆସିଛି। ସାର କଳାବଜାରୀ ଘଟଣାକୁ ନେଇ ଭିଡିଓ ଭାଇରାଲ ହେବା ପରେ ଚାଷୀମାନଙ୍କୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ସହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା କୃଷି ବିଭାଗ ତତ୍କାଳ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗର ସତ୍ୟତା ପ୍ରକାଶ ପାଇବା ପରେ ସମ୍ପୃକ୍ତ ଡିଲରମାନଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି।ମିଳିଥିବା ସୂଚନା ଅନୁସାରେ ବରଗଡ଼ର ଉମାଶଙ୍କର ଶୁକ୍ଳା ଓ ଭେଡେନ ଅଞ୍ଚଳର ସହରାଟିକ୍ରା ଗ୍ରାମରେ ଥିବା ସାଇରାମ ଫର୍ଟିଲାଇଜର୍ ଓ ପେଷ୍ଟିସାଇଡ୍ ସହ ମୋଟ ୪ ଜଣ ସାର ଡିଲରଙ୍କ ବିରୋଧରେ ପ୍ରଥମିକ ତଦନ୍ତ ପରେ ତାଙ୍କର ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି। ଏହା ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଆଉ ୧୦ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଥିବା ସୂଚନା ମିଳିଛି।
ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାର ବିକ୍ରି ସମ୍ବନ୍ଧୀୟ ଅନିୟମିତତା ନେଇ ସନ୍ଦେହ ଥିବାରୁ ଆଉ ୧୩୨ ଜଣ ସାର ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କୃଷି ବିଭାଗ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସନ୍ତୋଷଜନକ ଜବାବ ନ ମିଳିଲେ ସେମାନଙ୍କ ବିରୋଧରେ ମଧ୍ୟ ଆଇନଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି।
କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ ଚାଷୀମାନଙ୍କୁ ନ୍ୟାୟସଙ୍ଗତ ଦରରେ ସାର ମିଳିବାକୁ ସୁନିଶ୍ଚିତ କରିବା ପାଇଁ ଏଭଳି ଅନିୟମିତତା ଉପରେ କଡା ନଜର ରଖାଯାଇଛି। କେହି ଡିଲର ଯଦି ଚଢ଼ା ଦରରେ ସାର ବିକ୍ରି କରୁଥିବା ବା କଳାବଜାରୀରେ ଲିପ୍ତ ଥିବା ଧରାପଡ଼ିବେ, ସେମାନଙ୍କ ବିରୋଧରେ ଲାଇସେନ୍ସ ବାତିଲ ସହ ଆଇନ ଅନୁଯାୟୀ କଡା ପଦକ୍ଷେପ ଗ୍ରହଣ କରାଯିବ।କୃଷି ବିଭାଗର ଏହି କଡା ପଦକ୍ଷେପ ପରେ ଜିଲ୍ଲାର ସାର ବିକ୍ରେତାମାନଙ୍କ ମଧ୍ୟରେ ଚଞ୍ଚଳତା ଦେଖାଦେଇଥିବା ବେଳେ ଚାଷୀମାନେ ଏହାକୁ ସ୍ୱାଗତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post