(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ତା: ୧୦-୦୩-୨୦୨୬ରିଖ ଅପରାହ୍ନ ୦୪.୦୦ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଡେପୁଟି କଲେକ୍ଟର ଯୋହନ ବଡ଼ଭୂୟାଁଙ୍କ ଆତିଥ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିଲେ । ଓଡିଶା ଦିବସ ପାଳନ ପୂର୍ବରୁ ୧୯ ଓ ୨୩ମାର୍ଚ୍ଚ୨୦୨୬ ଦୁଇ ଦିନ ଧରି ଓଡିଶୀ ସଙ୍ଗୀତ, ଚିତ୍ରାଙ୍କନ, ଶୁଦ୍ଧ ଓଡ଼ିଆ ଲିଖନ, ପଠନ ଭଳି ବିଭିନ ପ୍ରତିଯୋଗିତା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଅପ୍ରେଲ ପହିଲା ଓଡିଶା ଦିବସ ଦିନ ସକାଳ ୦୭-୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ପୁନଶ୍ଚ ସେହିଠାରେ ଶେଷ ହେବ । ଅପରାହ୍ନରେ ଟାଉନ ହଲଠାରେ ଝୋଟି ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା, ଭାରତୀୟ ସଂରକ୍ଷିତ ବାହିନୀ, ଭାମିନି, ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁସ୍ମିତା ବାଉରୀ, ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ଅନନ୍ତ ପାତ୍ର ଓ ସୋମନାଥ ଗମାଙ୍ଗ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post