ବାଲେଶ୍ୱର /ଗଗନ କୁମାର ସେଠୀ: ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା | ଅବକାରୀ ମୋବାଇଲ ୟୁନିଟ ଦ୍ୱାରା ଜିଲ୍ଲାର ବସ୍ତା ଅଞ୍ଚଳରୁ ୭୫ କେଜି ଗଂଜେଇ ଓ ଦୁଇଟି ବାଇକ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ , ଆଜି ସକାଳ ସମୟରେ ମୋବାଇଲ ୟୁନିଟ ଦ୍ୱାରା ପାଟ୍ରୋଲିଙ୍ଗ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ମୋବାଇଲ ୟୁନିଟ ୧୬ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରୁ ଡୁମଡୁମା, ରଘୁନାଥ ନଗର ଅଞ୍ଚଳର କାହ୍ନୁ ଦାସ (୨୫) ଙ୍କୁ ଅଟକ କରି ୨୪ କେଜି ଗଞ୍ଜେଇ ସହ ଏକ ବାଇକ ଏବଂ ସିଂଲା ଥାନା ଗମ୍ଭାରୀଆ ଛକ ନିକଟରୁ ଉକ୍ତ ଗ୍ରାମର ସଂଜିତ ଜେନା (୩୬)ଙ୍କ ନିକଟରୁ ୫୧ କେଜି ଗଞ୍ଜେ ଇ ସହ ଏକ ବାଇକକୁ ଜବତ କରିବାରେ ସଫଳ ହୋଇଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ପଚାଶ ହଜାର ହେବ | ଏଥିସହିତ ସେମାନଙ୍କ ନିକଟରୁ ନଗଦ ଚାରି ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ତେବେ ବିଭାଗ ପକ୍ଷରୁ ବସ୍ତା ଓ ସଦର ଅବକାରୀ ବିଭାଗ ଦ୍ୱାରା ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ପଠାଇ ଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post