ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀ

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ବର୍ଷ ମଧ୍ୟରେ ଗୁରୁପ୍ରିୟା ସେତୁ, ଯାହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ଥିଲା, ତାକୁ ଗତବର୍ଷ ଜୁଲାଇ ମାସରେ ଉଦ୍‍ଘାଟନ କରି ବାସ୍ତବରେ ପରିଣତ କରିଛନ୍ତି । ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ବିକାଶ ଆହୁରି ତ୍ୱରାନ୍ୱିତ ହେଉଛି ଏବଂ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ଏହା ଏକ ବିକାଶର ମାଇଲ୍‍ ଖୁଣ୍ଟି ବୋଲି ଭାରତବର୍ଷରେ ସମସ୍ତେ ସ୍ୱୀକାର କରିଛନ୍ତି । 

ଗୁରୁପ୍ରିୟା ସେତୁ ଏବଂ ବିଚ୍ଛିନ୍ନାଞ୍ଚଳ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଥିବାରୁ ଆଜି ଧନ୍ୟ ଗୁରୁପାୟ ସେଠୀ, ସିଦେ୍ଧଶ୍ୱର ଖିଲ, ଦଳବନ୍ତ ପାଙ୍ଗୀ, ସୁନାଦର ଖିଲ, ସିନୟ ଖରା, ଦେନେଲ୍‍ କୁମାର ପୋଟ୍‍ଲା, ସହଦେବ ମୁଦୁଲି, ମଙ୍ଗରାଜ ସିସା, ରାମଚନ୍ଦ୍ର କୋପି, ଲଛମିନ୍‍ ବାକା, ଧନ ଗଡଲୀଙ୍କ ନେତୃତ୍ୱରେ ୫୦ ଜଣ ବିଚ୍ଛିନ୍ନାଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି କୃତଜ୍ଞତା ଜଣାଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.