ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0 2

କେନ୍ଦୁଝର,ତା୯/୩- ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଓସ୍କା” ପକ୍ଷରୁ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଢା ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି। ପାସିଙ୍ଗ ଗିଫ୍ଟ ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝରର ବରିଷ୍ଠ ବିଜ୍ଞାନୀ, ଡ.ଲିପ୍ସା ଦାସ, ପିଜିପିଏଲ, ଶ୍ରୀ ଦିବ୍ୟ ରଞ୍ଜନ ଦାସ, ଓସ୍କା ସ୍ଵେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମାନସିଂ ଦୁର୍ଗା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ, ଝାରବେଡାର ସରପଞ୍ଚ ଶ୍ରୀମତୀ ସୁରମା ନାୟକ, ଶିକ୍ଷୟିତ୍ରୀ ଶ୍ରୀମତୀ ମାଳିକା ମଲିକ, ଅନୁଷ୍ଠାନର କୃଷି ପ୍ରକଳ୍ପ ପରିଚାଳକ ଶ୍ରୀ ଜନାର୍ଦ୍ଦନ ଗିରି ଓ “ଅସ୍ମିତା” ସଖୀ ନିବାସ ପକ୍ଷରୁ ପରିଚାଳିକା ଶ୍ରୀମତୀ ଅନପୂର୍ଣ୍ଣା ପ୍ରଧାନ ଯୋଗ ଦେଇ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ଗ୍ରାମୀଣ ଉନ୍ନତିରେ ମହିଳାମାନଙ୍କ ଭୂମିକା ବିଷୟରେ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ଏବଂ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ। ଏହି ଅବସରରେ ଘଟଗାଁ ବ୍ଲକର ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିଥିବା ୧୫ଜଣ ମହିଳା କୃଷକଙ୍କୁ ସମ୍ମାନୀତ କରାଯାଇଥିଲା ଏବଂ ଦୁଇଟି ଛେଳି ଉପହାର ଭାବେ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ “ଓସ୍କା” ଅନୁଷ୍ଠାନ ପକ୍ଷରୁ ପ୍ରକଳ୍ପ ସଂଯୋଜକ ଶ୍ରୀ ସୁଦାମ ଚରଣ ଭୂୟାଁ ଏବଂ ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଶର୍ମା, ସୁମତି ପିଲା, ଦିବ୍ୟ ରଞ୍ଜନ ବେହେରା, ସ୍ଵାତୀରେଖା ମହାନ୍ତ, ରଞ୍ଜିତା ପଣ୍ଡା, ଐଶ୍ୱର୍ଯ୍ୟା ବେହେରା, ସଂଘମିତ୍ରା ଦାସ, ସୁନୀତା ନାଏକ, ବବିତା ମହାନ୍ତ, ସଂଯୁକ୍ତା ନାଏକ, ଦମୟନ୍ତୀ ନାଏକ, ଲକ୍ଷ୍ମୀ ମାନସିଂ ଓ ପ୍ରତିମା ପ୍ରଧାନ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.