ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୦୯/୦୩,ବେଲଗୁଣ୍ଠା ବ୍ଳକ୍ ନୂଆଁ ଉଢୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅକ୍ଷୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ସଭାପତି ବାସୁଦେବ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଭଞ୍ଜନ ଦାସ୍, ସଂଯୁକ୍ତା ବରାଡ଼, ସଞ୍ଜୁ ଗୌଡ଼, ସସ୍ମିତା ସାହୁ, ଝୁଲି ସାହୁ ଏବଂ ଗୀତାଞ୍ଜଳି ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ସୁନୀଲ ପାତ୍ର ,ବାବୁଲା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ I
Sign in
Sign in
Recover your password.
A password will be e-mailed to you.