ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଜାତୀୟ ଫାର୍ମାସି ଶିକ୍ଷା ଦିବସ ପାଳିତ

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆଜି ୯/୩/୨୦୨୬ ଜାତୀୟ ଫାର୍ମାସି ଶିକ୍ଷା ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ଭାରତରେ ଫାର୍ମାସି ଶିକ୍ଷାର ପିତା ଭାବେ ପରିଚିତ ପ୍ରଫେସର ମହାଦେବ ଲାଲ ସ୍କ୍ରୋଫଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ।
ଏବର୍ଷ “ଭବିଷ୍ୟତ ଫାର୍ମା ଇକୋସିଷ୍ଟମ୍: ଏକାଡେମୀ, ଶିଳ୍ପ, ଅନୁସନ୍ଧାନ, ନିୟାମକ ଓ ପ୍ରୟୋଗ ମଧ୍ୟରେ ସମନ୍ୱୟ” ଥିମ୍‌କୁ ଆଧାର କରି କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇଥିଲା।

ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ ଦାସ, ପ୍ରିନ୍ସିପାଲ୍ ଡ଼ଃ.କାହ୍ନୁଚରଣ ପାଣିଗ୍ରାହୀ, ପ୍ରଫେସର୍ ଜଗଦିଶ ଖୁଣ୍ଟିଆ ଓ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ପଟ୍ଟନାୟକ ଉପସ୍ଥିତ ଥିଲେ। ସେମାନେ ଫାର୍ମାସି ଶିକ୍ଷାର ଗୁରୁତ୍ୱ ଓ ଏହାର ଭବିଷ୍ୟତ ସମ୍ଭାବନା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।
ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ସାହୁ ନିଜ ବାର୍ତ୍ତାରେ ଫାର୍ମାସି ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିପାରିବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସୁଚାରୁ ଭାବରେ ପରିଚାଳନା କରିଥିଲେ।

Leave A Reply

Your email address will not be published.