ଅନ୍ତର୍ଜାତୀୟ ମହିଳା ଦିବସରେ ଶ୍ରୀମତୀ ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

0 2

 

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ସର୍ବଦା ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ମହିଳାମାନଙ୍କ ଶକ୍ତିରେ ବିଶ୍ୱାସ କରିଆସିଛନ୍ତି। ଶିକ୍ଷା, କ୍ରୀଡା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ପରିବର୍ତ୍ତନ, କଳା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ମାଧ୍ୟମରେ, ସେ ଅଗଣିତ ମହିଳାଙ୍କୁ ନିଜ ଉପରେ ବିଶ୍ୱାସ କରିବା ଏବଂ ସେମାନଙ୍କ ଭିତରେ ରହିଥିବା ଅସୀମ ସମ୍ଭାବନାକୁ ଆଗକୁ ବଢ଼ାଇବା ପାଇଁ ସଶକ୍ତ କରିବା ସହିତ ପ୍ରେରଣା ଦେଇ ଆସୁଛନ୍ତି।

ଏହି ଅନ୍ତର୍ଜାତୀୟ ମହିଳା ଦିବସରେ, ଶ୍ରୀମତୀ ଅମ୍ବାନୀ ହିରୋଜ୍ ଅଭିଯାନ ଆରମ୍ଭ କରିଛନ୍ତି – ମହିଳାମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କ ଭିତରେ ହିରୋ ଖୋଜିବା ପାଇଁ ଉତ୍ସାହିତ କରିବା ନିମନ୍ତେ ଏକ ଅଭିଯାନ!

ଏହି ସ୍ୱତନ୍ତ୍ର ଶୁଭାରମ୍ଭ ପାଇଁ, ସେ ସ୍ୱଦେଶର ଏକ ସୁନ୍ଦର ହାତବୁଣା ବନାରସୀ ଶାଢ଼ିରେ, ଅନାମିକା ଖନ୍ନାଙ୍କ ଦ୍ୱାରା ହାତ-ଏମ୍ରଡରୀ କରାଯାଇଥିବା ବ୍ଲାଉଜ୍ ପରିଧାନ କରି ସବୁବେଳ ଭଳି ବେଶ ସୁନ୍ଦର ଓ ସ୍ୱତନ୍ତ୍ର ଦେଖାଯାଉଥିଲେ।

 

 

Leave A Reply

Your email address will not be published.