ନର୍ସିଂ ସ୍କୁଲ ଲୋକାର୍ପିତ

0 2

ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ୱୀକୃତିପ୍ରାପ୍ତ “ପଦାରବିନ୍ଦ ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର”ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି। ଆର୍ଯ୍ୟ ସମାଜ ତପୋବନର ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ ଓ ସ୍ୱାମୀ ଭୂବନେଶାନନ୍ଦ ସରସ୍ୱତୀ ଆଧ୍ୟାତ୍ମିକ ମୂଲ୍ୟବୋଧ ସହ ନର୍ସିଂ ଶିକ୍ଷା ରୋଗୀଙ୍କ ଶୀଘ୍ର ଉପଶମରେ ସହାୟକ ହେବ ବୋଲି କହିଥିଲେ। ଓଡ଼ଗାଁ ତହସିଲଦାର ଡ଼ଃ ମାନସ ରଞ୍ଜନ ଭୋଇ କହିଥିଲେ ଯେ +୨ ପାସ୍ ଛାତ୍ରଛାତ୍ରୀମାନେ ସ୍ୱଳ୍ପ ମୂଲ୍ୟରେ ଏଏନଏମ୍ ଓ ଜିଏନଏମ୍ ପାଠ୍ୟକ୍ରମରେ ଅଧ୍ୟୟନ କରିପାରିବେ। ଏହି ଅବସରରେ ଅଭିମନ୍ୟୁ ମଲ୍ଲିକ, ଡା. ନିଳାଞ୍ଜନ ଦାସ, ରଞ୍ଜନ ଦାଶ, ଭାବଗ୍ରାହୀ ମହାପାତ୍ର, ନରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଶତପଥୀ ଓ ସାରସ କୁମାର ମିଶ୍ର ଉପସ୍ଥିତ ଥିଲେ। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ଅର୍ଚ୍ଚତା ପଟ୍ଟନାୟକ ନର୍ସିଂ ଶିକ୍ଷା ସହ ନିଯୁକ୍ତି ସୁଯୋଗ ବିଷୟରେ ସୂଚନା ଦେଇଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ପଞ୍ଚାନନ ପଣ୍ଡା ଉନ୍ନତ ଲ୍ୟାବ, ପ୍ରାକ୍ଟିକାଲ ଶିକ୍ଷା ଓ ଛାତ୍ରାବାସ ସୁବିଧା ଉପଲବ୍ଧ ଥିବା କହିଥିଲେ। ଶେଷରେ ପ୍ରତିଷ୍ଠାତା ପଦାରବିନ୍ଦ ଆଚାର୍ଯ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.