ବାଦିମାଲ କୁଷ୍ଠାଶ୍ରମରେ ଚେତନା ପରିଷଦ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୭/୦୩):- ସମାଜସେବା ଓ ମାନବିକତାର ଉଦ୍ଦେଶ୍ୟରେ ଚେତନା ପରିଷଦ ପଦ୍ମପୁର ପକ୍ଷରୁ ବାଦିମାଲ କୁଷ୍ଠାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆଶ୍ରମବାସୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଚାଉଳ, ଡାଲି, ତେଲ ସହିତ ଦୈନିକ ଆବଶ୍ୟକତାର ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ତଥା ଖରା ରୁ ରକ୍ଷା ପାଇବା ପାଇଁ ଛତା ଆଶ୍ରମରେ ବସୋବାସ କରୁଥିବା ରୋଗୀମାନଙ୍କୁ ପ୍ରଦାନ କରାଯାଇଥିଲା।
ଏହି ସେବାକାର୍ଯ୍ୟରେ ପରିଷଦର ସଭାପତି ହରିଶଙ୍କର ସିଂହ ଅଧ୍ୟକ୍ଷତା କରିଥିଲେ। ସେହିପରି ସଦସ୍ୟ ଭୂପେଶ କୁମାର ସାହୁ, ସମ୍ପାଦକ କିଶୋର ପାତ୍ର ଓ ମନୋଜ କୁମାର ମହାନ୍ତି ସହ ପରିଷଦର ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଉପସ୍ଥିତ ଥିଲେ। ସେମାନେ କୁଷ୍ଠାଶ୍ରମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଅବଗତ ହୋଇ ସହାନୁଭୂତି ପ୍ରକାଶ କରିଥିଲେ।
ଏହି ପରି ସେବାମୂଳକ ପଦକ୍ଷେପ ସମାଜରେ ସହଯୋଗ ଓ ସହାନୁଭୂତିର ମନୋଭାବକୁ ଆହୁରି ଦୃଢ଼ କରିଥାଏ ବୋଲି ସଭାପତି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ସମାଜସେବାର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ସ୍ଥାନୀୟ ମହଲରେ ପ୍ରଶଂସିତ ହୋଇଛି।ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଏପରି ସେବାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.