ଓଡ଼ଗାଁ ପୋଲିସ ଦ୍ବାରା ୨ ନାବାଳିକା ଉଦ୍ଧାର

0 2

ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏବଂ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ନିଖୋଜ ୨ ନାବାଳିକାଙ୍କୁ ଓଡ଼ଗାଁ ପୋଲିସ ଉଦ୍ଧାର କରିଛନ୍ତି।ଓଡ଼ଗାଁ ଥାନା ମାମଲା ନମ୍ବର ୫୨/୨୬ ଅଭିଯୋଗ ଅନୁସାରେ ଗତ ୨୦୨୬ ଫେବୃଆରୀ ୧୭ ତାରିଖରେ ୧୩ ବର୍ଷର ନାବାଳିକା ନିଖୋଜ ହେବା ନେଇ ୨୦ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା।ଓଡ଼ଗାଁ ପୋଲିସ ଏହି ୧୩ ବର୍ଷର ବାଳିକାକୁ ଆଜି ଉଦ୍ଧାର କରି ତାର ଡାକ୍ତରୀ ପରୀକ୍ଷା ପରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ସେହିପରି ଗତ ୨୦୨୫ ଜାନୁଆରୀ ୩ ତାରିଖରେ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ଅନ୍ୟ ଜଣେ ୧୬ ବର୍ଷ ବୟସର ନାବାଳିକା ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା। ପ୍ରାୟ ୧ ବର୍ଷ ୨ମାସ ପରେ ଓଡ଼ଗାଁ ପୋଲିସ ୨୦୨୬ ମାର୍ଚ୍ଚ ୦୬ତାରିଖରେ ନାବାଳିକାକୁ ଉଦ୍ଧାର କରି ତାର ଡାକ୍ତରୀ ପରୀକ୍ଷା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି।

Leave A Reply

Your email address will not be published.