“ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ କୁନି କୁନି ପିଲାଙ୍କ ରାଧାକୃଷ୍ଣ ବେଶ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ
ଦୀର୍ଘ ୬ ଦିନ ଧରି ଚାଲିଥିବା ଦୋଳ ଉତ୍ସବ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ୪୦ ଜଣରୁ ଉର୍ଦ୍ଧ୍ବ କୁନିକୁନି ପିଲାମାନେ ରାଧାକୃଷ୍ଣ ବେଶରେ ଅଂଶ ଗ୍ରହଣ କରିଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଶୁଭାଶିଷ ପତିଙ୍କ ସଂଯୋଜନାରେ ପାରଳାର ଅଗ୍ରଣୀ ଓଡିଶୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡିଶୀ , ମାହାରୀ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.