ନବରଙ୍ଗପୁର, ୬ .୩. ୨୦୨୬: ଅଶୋକ ସାହୁ,ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାରେ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସଂକ୍ରାନ୍ତରେ ଏକ ପ୍ରସ୍ତୁତିମୂଳକ ବୈଠକ ଗତକାଲି ୫.୩.୨୦୨୬ ରିଖ ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ବର୍ମନ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟଜିତ୍ ଗାହାଣ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁପ୍ରିୟା ନାୟକ, ଜିଲ୍ଲା ପ୍ରୋଜେକ୍ଟ ଅଫିସର ଏନ୍ଏସ୍ଏସ୍ ବିନୋଦ ବିହାରୀ ପ୍ରଧାନ, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମର ବିଷୟବସ୍ତୁ “ସଶକ୍ତ ମହିଳା, ସଶକ୍ତ ରାଷ୍ଟ୍ର ” କୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତିଫଳିତ କରାଯାଇଛି। ଏହାର ପ୍ରତିଫଳନ ସ୍ୱରୂପ ଆଜି ୬.୩.୨୦୨୬ ରିଖ ସକାଳ ୮.୦୦ ଘ ସମୟରେ ଆର୍ସିଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହିଳାମାନଙ୍କ ପାଇଁ ଏକ ସାମୂହିକ ଯୋଗ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦ରୁ ଅଧିକ ଛାତ୍ରୀ, ମିଶନ ଶକ୍ତି କର୍ମୀ, ଏନ୍ସିସି ଓ ଏନ୍ଏସ୍ଏସ୍ ସଦସ୍ୟାମାନେ ଯୋଗ ଦେଇଥିଲେ।
ଯୋଗ ଅଭ୍ୟାସ ସମୟରେ ଛାତ୍ରୀମାନଙ୍କୁ ଯୋଗର ଗୁରୁତ୍ୱ ଏବଂ ଏହା କିପରି ସଶକ୍ତ ମହିଳା ଗଠନ କରିବାରେ ସହାୟକ ହୁଏ ସେ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା। ଆଗାମୀ କାର୍ଯ୍ୟକ୍ରମରେ ଆସନ୍ତା କାଲି
୭ ମାର୍ଚ୍ଚ ମହିଳାମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ,୮ ମାର୍ଚ୍ଚ ମହିଳାମାନଙ୍କ ପାଇଁ ମାରାଥନ ଏହି କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନଙ୍କର ସ୍ୱାସ୍ଥ୍ୟ, ଆତ୍ମନିର୍ଭରତା ଓ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରାଯାଉଛି।
Sign in
Sign in
Recover your password.
A password will be e-mailed to you.