୧୫ ମାଓବାଦୀଙ୍କ ଆତ୍ମସମର୍ପଣ

0 2

ମାଲକାନଗିରି ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ୬/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ର ମହାସମୁଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ନିଜ ନିଜ ହତିଆର ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଆଜି ଓଡ଼ିଶା ରାଜ୍ୟ ମାଓ କମିଟିର ସଚିବ ବିକାଶଙ୍କ ସମେତ ମୋଟ ୧୫ ଜଣ ମାଓବାଦୀ ଛତିଶଗ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି I ଏହି ମାଓବାଦୀ ମାନେ ବର୍ଷ ବର୍ଷ ଧରି ସଙ୍ଗଠନରେ ରହି ଅନେକ ବଡ ବଡ ହିଂସାକାଣ୍ଡରେ ସ୍ମୟଲ ଥିଲେ I ତେବେ ବର୍ତ୍ତମାନ ମାଓ ସଙ୍ଗଠନ ନିଜର ଅସ୍ଥିତ୍ବ ହରାଇ ପଥ ଭ୍ରଷ୍ଟ ହୋଇଥିବା ବେଳେ ଏମାନେ ସାଧାରଣ ଜୀବନ ଯାପନ କରିବାକୁ ନିଷ୍ପଭି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ସମସ୍ତ ଆସସମର୍ପଣ କାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାସୀ ପ୍ରଦାନ କରାଯାଇଛି । ଏହି ମାଓବାଦୀମାନେ ତିନୋଟି ଏକେ-୪୭ ବନ୍ଧୁକ, ଏସଏଲଆର, ଇନସାସ, ୩୦୩ ବନ୍ଧୁକ ପୁଲିସକୁ ହସ୍ତାନ୍ତର କରିଛନ୍ତି I ଏହି ଅସ୍ତ୍ରଶସ୍ତ୍ର ଗୁଡିକ ବାବଦକୁ ସମସ୍ତ ଆସସମର୍ପଣ କାରୀଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.