ବେଲଗୁଣ୍ଠା ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ରଙ୍ଗର ପର୍ବ ହୋଲି; ସବୁଠି ଉତ୍ସବର ମାହୋଲ ।

0 2

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରଙ୍ଗର ପର୍ବ ହୋଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପରସ୍ପରକୁ ରଙ୍ଗ ଓ ଅବିର ଲଗାଇ ଲୋକେ ହୋଲିର ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି। ବେଲଗୁଣ୍ଠା ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଗାଙ୍ଗପୁର, ଗୋବରା ଏବଂ ଏମ୍ ବି ଏସ୍ ଇଣ୍ଡଷ୍ଟ୍ରି ପରିସରରେ ହୋଲି ଉତ୍ସବ ବେଶ୍ ଜାକଜମକରେ ପାଳନ କରାଯାଇଛି। ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରଙ୍ଗ ଖେଳରେ ମାତିଥିବା ବେଳେ ଗାଁଠୁ ସହର ସବୁଠି ଜମିଥିଲା ଭୋଜିଭାତର ଆସର। ବୁଧବାର ହୋଇଥିବାରୁ ସକାଳୁ ସକାଳୁ ସ୍ଥାନୀୟ ଆମିଷ ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି ମାଂସ ଓ କୁକୁଡ଼ା ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ଥାନା ଏବଂ ଗାଙ୍ଗପୁର ଥାନା ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା। ସମଗ୍ର ଅଞ୍ଚଳରେ ହୋଲି ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

Leave A Reply

Your email address will not be published.