ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ କରି ଏଚପିଭି (HPV) ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡ଼ଃ ସୁଶାନ୍ତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଟୀକାକରଣ ଅଭିଯାନକୁ ଆରମ୍ଭ କରିଥିଲେ।ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଏ.ବି.ଇ.ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଧାନ ଏବଂ ବିଜେପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଛାତ୍ରୀମାନଙ୍କୁ ଏହି ଟୀକା ଗ୍ରହଣ କରିବାର ଗୁରୁତ୍ୱ ବିଷୟରେ ସଚେତନ କରିବା ସହ ନିଜ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିଶ୍ଚୟ ଟୀକା ନେବାକୁ ଉତ୍ସାହିତ କରିଥିଲେ।ଏଚପିଭି ଟୀକା ମହିଳାମାନଙ୍କ ମଧ୍ୟରେ ହୋଇପାରୁଥିବା ସର୍ଭାଇକାଲ କ୍ୟାନ୍ସର ଭଳି ଗୁରୁତର ରୋଗରୁ ସୁରକ୍ଷା ଦେବାରେ ବହୁତ ଉପକାରୀ ବୋଲି ଡାକ୍ତରମାନେ କହିଛନ୍ତି। ସେଥିପାଇଁ ଏହି ଟୀକାକରଣ ଅଭିଯାନ ମାଧ୍ୟମରେ ସ୍କୁଲ ଓ ଅଞ୍ଚଳର ଛାତ୍ରୀମାନଙ୍କୁ ଟୀକା ଦେଇ ସେମାନଙ୍କୁ ସଚେତନ କରାଯାଉଛି।କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ରୁଦ୍ରଦେବ ଡନସନାଙ୍କ ସଂଯୋଜନାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ଅଞ୍ଚଳର ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସଚେତନତା ବଢିବା ସହ ଭବିଷ୍ୟତରେ ଗୁରୁତର ରୋଗରୁ ସେମାନେ ସୁରକ୍ଷିତ ରହିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Sign in
Sign in
Recover your password.
A password will be e-mailed to you.