ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ।

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୫/୦୩):- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଟାଉନ ସଭାପତି ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଜିଲ୍ଲାପରିଷଦ ସଭ୍ୟ ସୁଶିଲ ମରେଇ, ରାଜବୋଡାସମ୍ବର ବ୍ଲକ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ, ଝାରବନ୍ଧ ବ୍ଲକ ବିଜେଡି ସଭାପତି ଯତୀନ୍ଦ୍ର ହାତୀ, ସିଦ୍ଧାର୍ଥ ମିଶ୍ର, ରାଜୁ ଘିବେଲା ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ସହ ସ୍ମୃତିଚାରଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ଶଙ୍କର୍ଷଣ ନାଗ, ଧନମାଲି ହାତୀ ଙ୍କ ସମେତ ସମସ୍ତ କାଉନସିଲର, ପଞ୍ଚାୟତ ସଭାପତି ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.