ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ସରୁନି ଦାଦନ ଯନ୍ତ୍ରଣା l ପେଟର ଭୋକ ମେଣ୍ଟେବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ l ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ l ଏଥି ପ୍ରତି ସରକାର ଟିକିଏ ମଧ୍ୟ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁପିବାଡ଼ି ଗ୍ରାମର ବିନୟ ପ୍ରଧାନ (୨୩) l ଯୁବକ ଜଣକ କେରଳ ରାଜ୍ୟରେ କାମ କରିବା ପାଇଁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ବାଇକ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଘଟଣା ଅନୁଯାୟୀ ଗତ ପାଞ୍ଚ ମାସ ତଳେ ବିନୟ ଓ ତାଙ୍କ ଅନ୍ୟ ସାଙ୍ଗମାନଙ୍କ ସହ କେରଳର ତିରୁବନନ୍ତପୁରମ୍ ଜିଲ୍ଲାର କରାମନାକୁ ଦାଦନ ଖଟିବାକୁ ଯାଇଥିଲେ । ଏହି ଜାଗାର ଏକ ଘରୋଇ ହୋଟେଲରେ କାମ କରୁଥିଲେ ବିନୟ ପ୍ରଧାନ l ହେଲେ ଗତ ବିଳମ୍ବିତ ରାତିରେ ହୋଟେଲ କାମ ଛୁଟି ହେବାପରେ ରାତି ୦୧. ୩୦ ସମୟରେ ବିନୟ ପ୍ରଧାନ ଓ ତାଙ୍କ ସାଙ୍ଗମାନେ ରହୁଥିବା ଘରକୁ ଫେରିବା ସମୟରେ ତାଙ୍କର ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଥିଲା l ବିନୟ ଅନ୍ୟ ସାଙ୍ଗଙ୍କ ସହ ଫୁତଫାତ ରାସ୍ତା କଡ଼ରେ ଚାଲି ଚାଲି ତାଙ୍କ ରହିବା ସ୍ଥାନକୁ ଫେରିବା ସମୟରେ ଅଚାନକ ଭାବରେ ଏକ ସ୍କୁଟି ଧକ୍କା ଦେଇଥିଲା l ଦୁର୍ଘଟଣା ସ୍ଥଳରେ ହିଁ ୩ଙ୍କ ମୃତ୍ୟୁ ହୋଇଥିଲା ସେଥି ମଧ୍ୟରେ ଓଡିଶାର ଦାରିଙ୍ଗବାଡି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁପିବାଡ଼ି ଗ୍ରାମର ଜଣେ ବିନୟ ପ୍ରଧାନ (୨୩) ଓ ଅନ୍ୟ ୨ ଜଣ ବ୍ୟକ୍ତି ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ମିଳିଥିଲା l ଦୁର୍ଘଟଣା ଗୁରୁତର ଆହତମାନଙ୍କୁ କେରଳ ପୁଲିସ ତିରୁବନନ୍ତପୁରମ୍ ସରକାରୀ ହସ୍ପିଟାଲକୁ ନେଇଥିଲେ l ହେଲେ ଡାକ୍ତର ବିନୟଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ସାଥି ପରିବାର ଲକଙ୍କୁ ସୂଚନା ଦେଇଥିଲେ l ଖବର ପାଇବା ପରେ ବିନୟ ପ୍ରଧାନଙ୍କ ବାପା ହେରୋଦ ପ୍ରଧାନ ଏବଂ ସପରିବାର ବର୍ଗ ମୃତ ଶରୀର ଓଡିଶାକୁ ଆଣିବା ପାଇଁ ସେଠାରେ ପହଂଚିବା ସହ ମୃତ ଶରୀରକୁ ଭିଟା ମାଟିକୁ ଆଣିବା ପାଇଁ ଓଡିଶା ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ମୃତକଙ୍କ ଦୁଇ ସମ୍ପର୍କୀୟ ଭାଇ l
Sign in
Sign in
Recover your password.
A password will be e-mailed to you.
Prev Post