ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମୀ ଗୁରୁତର

0 2

ଅସ୍ତରଙ୍ଗ୧/୩:ଆଜି ମଧ୍ୟାହ୍ନ ସମୟ ରେ ଅସ୍ତରଙ୍ଗ ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି । ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ଖୁଣ୍ଟ ରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ରେ ଉକ୍ତ କର୍ମଚାରୀ ଗୁରୁତ୍ୱର ହୋଇଛନ୍ତି । ସୂଚନା ମୁତାବକ ଅସ୍ତରଙ୍ଗ ବ୍ଲକ ନୂଆଗଡ ଅଞ୍ଚଳ ର ବଟକୃଷ୍ଣ ବେହେରା ଅସ୍ତରଙ୍ଗ ବିଦ୍ୟୁତ ଡିଭିଜନ ଅଧୀନରେ କାମ କରନ୍ତି। ନୂଆଗଡ ଅଞ୍ଚଳ ରେ କାର୍ଯ୍ୟ କରୁଥିବା ବେଳେ ଏହି ଅଘଟଣ ଘଟିଛି, ଉକ୍ତ ବ୍ୟକ୍ତି ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ହେଲେ ସେଠି ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ସ୍ଥାନାନ୍ତର କରାଯାଇଛି । ଏହିଭଳି ଘଟଣା ଜଣେ ବିଦ୍ୟୁତ କର୍ମଚାରୀ ଙ୍କ ସହ କିପରି ଘଟିଲା ତାହା ଏବେ ଅସ୍ପଷ୍ଟ ରହିଛି l

Leave A Reply

Your email address will not be published.