ଭୁବନେଶ୍ୱର, ଫେବୃଆରୀ ୨୮: ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ୍ ନେଇଥିବା ଏକ କମ୍ ଓଜନର ଶିଶୁ କନ୍ୟାର କ୍ଷୁଦ୍ରାନ୍ତ୍ରର ପ୍ରଥମ ଭାଗ ଅବରୋଧ (ଡୁ୍ୟଓଡେନାଲ୍ ଆଟ୍ରିସିଆ) ହୋଇ ରହିଥିବା ସହ ଡାଉନ୍ ସିଣ୍ଡେ୍ରାମ୍ ଭଳି ସମସ୍ୟା ଥାଇ ମଧ୍ୟ ଏଠାରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ-୧ର ଡାକ୍ତରୀ ଟିମ୍ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।
ବାଲେଶ୍ୱରରେ ଜନ୍ମ ନେଇଥିବା ୧୧୦୦ ଗ୍ରାମ ଓଜନର ଏହି ୧୫ ଦିନର ଶିଶୁକୁ ଜଟିଳ ସମସ୍ୟା ସହ ସମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
୭ ମାସ ଗର୍ଭାବସ୍ଥାରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିକୁ ଅନ୍ୟ ଦୁଇଟି ହସ୍ପିଟାଲ୍କୁ ନିଆଯାଇଥିଲା ଏବଂ ଡାକ୍ତରମାନେ ସେଠାରେ କେବଳ ଆଇଭି ଫ୍ଲୁଇଡ ଏବଂ ଆଂଟିବାୟୋଟିକ୍ ଦେଇଥିଲେ । ଶିଶୁର ସ୍ୱାସ୍ଥ୍ୟରେ କୋ÷ଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ।
ଶିଶୁଟିକୁ ଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରିବା ପରେ ସମ ହସ୍ପିଟାଲ୍ର ଡାକ୍ତରୀ ଟିମ୍ ଅସ୍ତେ୍ରାପଚାର ନେଇ ନିଷ୍ପତି ନେଇଥିଲେ । ଯଦିଓ ଏଭଳି ଜଟିଳ ସମସ୍ୟା ଥିବା କମ ଓଜନର ଶିଶୁଙ୍କର ସଫଳ ଅସ୍ତେ୍ରାପଚାର ପରେ ମଧ୍ୟ ସମସ୍ୟା ଉପୁଜିଥାଏ ତଥାପି ଡାକ୍ତରମାନେ ଏହି ଅସ୍ତେ୍ରାପଚାର ପାଇଁ ନିଷ୍ପତି ନେଇଥିଲେ ।
ଶିଶୁ ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ସର୍ଜରୀର ନେତୃତ୍ୱ ନେଇଥିବା ବେଳେ ଅସ୍ତେ୍ରାପଚାର ପରେ ନବଜାତ ଶିଶୁ ଆଇସିୟୁ (ଏନ୍ଆଇସିୟୁ)ର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ଡାକ୍ତର ରତନ ଦାସ, ଡାକ୍ତର ଭଗୀରଥି ମଲ୍ଲିକ ଓ ଡାକ୍ତର ବିଜୟ କୁମାରଙ୍କ ସମେତ ଅନ୍ୟାନ୍ୟ ଟିମ୍ ସଦସ୍ୟ ଶିଶୁଟିର ଯତ୍ନ ନେଇଥିଲେ ।
୧୯ ଦିନର ଶିଶୁଟିର ଶରୀରରେ ଏକ୍ସପ୍ଲୋରେଟୋରୀ ଲାପାରୋଟୋମୀ ପ୍ରକ୍ରିୟା ସମ୍ପାଦନ କରାଯାଇଥିବା ବେଳେ ଶିଶୁଟିକୁ ୨୩ ଦିନ ଧରି ଆଇଭି ଫ୍ଲୁଇଡ୍ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥିଲା ।ଧୀରେ ଧୀରେ ନଳୀ ମାଧ୍ୟମରେ ଖାଦ୍ୟ ପ୍ରଦାନ କରାଯିବା ସହ ୪୨ ଦିନ ପରେ ଏହା ବନ୍ଦ କରାଯାଇଥିଲା । ଧୀରେ ଧୀରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ପରେ ତାକୁ ପାଟି ବାଟେ ଖାଦ୍ୟ ଦିଆଯାଇଥିଲା ଏବଂ ୫ ଦିନ ପରେ ଶିଶୁଟି ୧୭୦୦ ଗ୍ରାମ ଓଜନରେ ପହଂଚିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା ।
ଏନଆଇସିୟୁର ଡାକ୍ତର ଏବଂ ନର୍ସମାନେ ୨୪ ଘଂଟା ଏହି ଶିଶୁଟିର ଯତ୍ନ ନେଇଥିବା ବେଳେ ଶିଶୁର ପିତାମାତା ହସ୍ପିଟାଲ୍କୁ ଏ ନେଇ କୃତଜ୍ଞତା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.