ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ସର୍ଗତ ଗୌର ବାରିକଙ୍କ ଶୁଦ୍ଧିକ୍ରିୟା ଅବସରରେ ଆଜି ଶନିବାର ଶୋକାକୁଳ ପରିବେଶ ଦେଖାଯାଇଥିଲା। ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଯୋଗଦେଇ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଥିଲେ।ବିଧାୟକ ଶ୍ରୀ ଗଡ଼ତୀୟା ସର୍ଗତ ଗୌର ବାରିକଙ୍କ ଫୋଟୋରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ, ସର୍ଗତ ଗୌର ବାରିକ ଗ୍ରାମରେ ଜଣେ ସମ୍ମାନିତ ଓ ସରଳ ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ ଥିଲେ ଏବଂ ତାଙ୍କ ବିୟୋଗ ଗ୍ରାମ ପାଇଁ ଏକ ବଡ଼ କ୍ଷତି। ତାଙ୍କ ଦେହାବସାନ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଶୁଦ୍ଧିକ୍ରିୟାରେ ବାରିକ ପରିବାରର ତିନିଭାଇ—ତୀର୍ଥ ବାରିକ, ଆନନ୍ଦ ବାରିକ ଓ ପ୍ରଫୁଲ୍ଲ ବାରିକ—ସହିତ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ଗଡ଼ତୀୟା ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ଏହି ଦୁଃଖର ସମୟରେ ଧୈର୍ୟ ଧରିବାକୁ ପରାମର୍ଶ ଦେଇଥିଲେ ଏବଂ ପରଲୋକଗତ ଆତ୍ମାଙ୍କ ଚିରଶାନ୍ତି କାମନା କରିଥିଲେ।
ଏହି ଅବସରରେ ଗ୍ରାମର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀମାନେ ମଧ୍ୟ ଯୋଗଦେଇ ସର୍ଗତ ଗୌର ବାରିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.