ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ପଞ୍ଚାୟତ ରେ ବେଲସା ଉଁଳିଆ ରେ ମା ସରସ୍ଵତି ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଏ ବି ଇ ଓ ଅମିୟ କୁମାର ମହାଳିକ, ମୁଖ୍ୟ ବକ୍ତା ଭାବେ ରବି ଶଙ୍କର ଜେନା, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଭଗବାନ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ବିଦ୍ୟାଳୟ ର ସଭାପତି ଲଳିତ କୁମାର ବାରିକ୍ , ସଂପାଦକ ବିକ୍ରମ କେଶରୀ ରଣା ଉପସ୍ଥିତ ରହି ଥିଲେ।ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ତାପସ ମିଶ୍ର ସଂପାଦକୀୟ ବୀବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷ ରେ କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.