ରୋଟାରି କ୍ଲୁବ ମାଲକାନଗିରି ପକ୍ଷ ରୁ ନିଶୁଳ୍କ ଡାକ୍ତର ପରାମର୍ଶ ଓ ନିଶୁଳ୍କ ହୋମିଓପାଥି ଔଷଧ ବିତରଣ ଅନୁଷ୍ଠିତ।

0 1

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୨୭/୨/୨୬: ମାଲକାନଗିରି ଜିଲ୍ଲା ରୋଟାରୀ କ୍ଳବ୍ ଏବଂ ସାଉଥ୍ ଭୁବନେଶ୍ୱର ରୋଟାରୀ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ନଗର ଭବନରେ ମାଗଣା ହୋମଓପାଥିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ। ଏହି ଶିବିର ରେ ଭୁବେଶ୍ୱରର ବହୁ ହୋମିଓପାଥି ଡାକ୍ତର ଉପସ୍ଥିତ ରହି ଶତାଧିକ ରୋଗୀଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ରୋଟାରୀ କ୍ଲବ୍ ସଭାପତି ଲବ ସାହୁ, ସମ୍ପାଦକ ଦିଲୀପ ସୋମାନି, ସଦସ୍ୟ ସୁରେନ୍ଦ୍ର ନାଥ ପାଢ଼ୀ, ସୁଶାନ୍ତ ସାମଲ, ନାରାୟଣ ଚରଣ ବୈରାଗୀ, ଏ ଈଶ୍ୱର ରାଓ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ହୋମିଓପାଥି ଡାକ୍ତର ସୁରେଶ ଚନ୍ଦ୍ର ମହାପାତ୍ର, ସୁଭାସିସ ସାହୁ, ଗୀତାଞ୍ଜଳି ପ୍ରଧାନ, ରବିନ କର ପ୍ରମୁଖ ଡାକ୍ତର ଓ ଅନ୍ୟମାନେ ଉପସ୍ଥିତ ରହି କାଡ଼ିଓଲୋଜି, ଅର୍ଥରାଇଟ, ଚର୍ମ ରୋଗ, ପକ୍ଷାଘାତ, ଜ୍ଵର ଭଳି ଅନେକ ରୋଗର ପରୀକ୍ଷା କରି ଆବଶ୍ୟକତା ଅନୁଯାୟୀ ଔଷଧ ପ୍ରଦାନ କରିଥିଲେ। ଏପରି କାର୍ଯ୍ୟକ୍ରମ ରୋଟାରୀ କ୍ଲବ୍ ପକ୍ଷରୁ ଅନେକ ସମୟରେ କରାଯାଉଥିବା ବେଳେ ଅନେକ ଜନ ହିତକର କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇବା ଆମର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ଜିଲ୍ଲାରେ ଏପରି ଜନ ସେବା ମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ରୋଟାରି କ୍ଲୁବ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.