ଓଡ଼ଗାଁ,୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମରେ ଅବସ୍ଥିତ ସିଦ୍ଧେଶ୍ବରୀଙ୍କ ପୀଠରେ ଏକଦିବସୀୟ ବିଶ୍ବ ଶାନ୍ତି ଶକ୍ତି ଯଜ୍ଞ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଲଡ଼ୁ କିଶୋର ରଥଙ୍କ ଦ୍ଵାରା ପରିଚାଳିତ ଯଜ୍ଞ ବେଦୀରେ ମଣ୍ଡଳୀ କରଣ, କଳସ ସ୍ଥାପନ କରାଯାଇ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଅନ୍ୟ ପକ୍ଷରେ ମା’ଙ୍କ ଦିବ୍ୟ ପ୍ରତିମାଙ୍କୁ ଚୂଆ ଚନ୍ଦନ ହଳଦୀରେ ସ୍ନାନ କରି ନୂତନ ପୋଷାକ ପିନ୍ଧାଇ ଷୋଡ଼ଶ ଉପଚାରରେ ପୂଜା ନୈବେଦ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନରେ ହୋମଯଜ୍ଞ ମାଧ୍ୟମରେ ସିଦ୍ଧେଶ୍ୱରୀଙ୍କ ସହିତ ଅନ୍ୟ ସମସ୍ତ ଦେବା ଦେବୀମାନଙ୍କ ନାମରେ ଘୃତ ଆହୁତି ପ୍ରଦାନ କରାଯାଇଥିଲା। ତାରା ପ୍ରସାଦ ଦାଶ ବୈଦିକ ବିଧି କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ସାର୍ଥକ ଷଡ଼ଙ୍ଗୀ କର୍ତ୍ତା ଭାବରେ କାର୍ଯ୍ୟ ସଞ୍ଚାଳନ କରିଥିଲେ। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ସନ୍ଧ୍ୟାରେ ପ୍ରସାଦ ସେବନ ଏବଂ ପରେ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post