ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପୀନାଥ ସାହିର ମଙ୍ଗୁଳୁ ସ୍ୱାଇଁ ତନରଡା ଚାଲିଥିବା ନାମଯଜ୍ଞ ମୀନା ବଜାରରୁ ଝାଲ୍ ମୁଢ଼ି ବିକି ନିଜ ଠେଲା ଗାଡ଼ି ସହିତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ବେଲଗୁଣ୍ଠା ପାନ କିଆରି ନିକଟରେ ଭଞ୍ଜନଗର ପଟୁ ଦ୍ରୁତ ଗତିରେ ଆସୁଥିବା OD32J5178 ନମ୍ବର୍ ବିଶିଷ୍ଟ ବୁଲେଟ୍ ଗାଡ଼ି ମଙ୍ଗୁଳୁଙ୍କ ଠେଲା ଗାଡିକୁ ପଛପଟୁ ଧକ୍କା ଦେଇଥିଲା I ଫଳରେ ମଙ୍ଗୁଳୁ ଛିଟିକି ପଡି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ସ୍ଥାନୀୟ ଲୋକେ ମଙ୍ଗୁଳୁଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିବା ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱର ନେବାକୁ ଯୋଜନା କରୁ୍ଥିବା ଜଣା ପଡିଛି I ମଙ୍ଗୁଳୁଙ୍କ ମୁଣ୍ଡରେରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିଳିଛି I ଅନ୍ୟପଟେ ମଙ୍ଗୁଳୁ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି I ମିଳିଥିବା ସୂଚନା ପ୍ରକାରେ ଝାଡ଼ଭୂମି ଗ୍ରାମର ରଞ୍ଜନ ସାମଲ୍ ବୁଲେଟ୍ ଚଳାଉଥିବା ବେଳେ କଣ୍ଡରସିଂ ଗ୍ରାମର ରିଙ୍କୁ ସ୍ୱାଇଁ ସେଥିରେ ବସିଥିଲେ I ଦୁର୍ଘଟଣା ପରେ କୌଶଳ କ୍ରମେ ମେଡିକାଲ ନେବାର ବାହାନା କରି ବୁଲେଟ ଧରି ଉଭୟ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଗୁରୁତରଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.